ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ

add-all

ଫୁଲବାଣୀ:- ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରଶିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରଶିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି। ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଉତ୍ସବରେ ଭୁବନେଶ୍ଵରରେ ପୁରସ୍କାର ପ୍ରଦାନ କରାଯାଇଛି। ସଚିବାଳୟ କନଭେସଂନ ସେଣ୍ଟର୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲେ। ଏହା ସହିତ ଅନ୍ୟ ଚାରି ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ମୋତେ ଅଧିକ ଉତ୍ସାହ ଓ ପ୍ରେରଣା ଦେଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ରାମଦାସ । ଏହା ସହିତ ମୁଖ୍ୟମନ୍ତ୍ରୀ ,ବିଭାଗୀୟ ମୁଖ୍ୟଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ପୁରସ୍କାର ପାଇଥିବାରୁ ଜିଲ୍ଲା ବାର ଆସୋସିଏସନ୍ ସମେତ ଅନେକ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

ad-week
Leave A Reply

Your email address will not be published.