ସୁନ୍ଦରଗଡ଼ ଜିଲ୍ଲା ବିଜେପିର ଆଦିବାସୀ ଗୌରବ ଦିବସ ପାଳନ

add-all

ସୁନ୍ଦରଗଡ଼ : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି କଳାକୃଷ୍ଣ ଓରାମଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ, ଭୋଜପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୭ତମ ଜନ୍ମ ଜୟନ୍ତୀକୁ “ଆଦିବାସୀ ଗୌରବ ଦିବସ” ରୂପେ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରିଥିଲେ। ତତ୍ ସହିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶତାଧିକ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲା ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରି ଥିଲେ ଏବଂ ସମାଜ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।

ad-week
Leave A Reply

Your email address will not be published.