ଧନ ଖମାର ହତ୍ୟାକୁ ପ୍ରତିବାଦ କରି ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କୁ ମିଳିନି ଜାମିନ୍

add-all

ମାଓ ସଂଗଠନ ତରଫରୁ ୧୮ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ୍ ଡାକରା

ମାଲକାନଗିରି (୧୫/୧୧) : ବିଗତ ଦିନରେ ଧନ ଖମାରଙ୍କ ସମେତ ଅନ୍ୟ ଏକ ସାଧାରଣ ଆଦିବାସୀଙ୍କୁ ହତ୍ୟା କରି ମାଓବାଦୀ ଏନ୍ କାଉଣ୍ଟର ରୂପ ଦେଇଥିବା ପ୍ରଶାସନକୁ କଡ଼ା ନିନ୍ଦା କରି ଏବଂ ହତ୍ୟାର ପ୍ରତିବାଦ କରି ଗିରଫ ମାଧ୍ୟମରେ କୋର୍ଟ ଚାଲାଣ ହୋଇଥିବା ଘଟଣା ବର୍ତ୍ତମାନ କେଉଁ ମୋଡ଼ ନେଉଛି କିଛି ସ୍ପଷ୍ଟ ଜଣା ପଡୁନାହିଁ । ପ୍ରକାଶ ଥାଉକି ଇତି ମଧ୍ୟରେ ଗତକାଲି ସନ୍ଧ୍ୟା ସମୟରେ ମୃତ ବ୍ୟକ୍ତିଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବ ଦାହ ପରେ ଗାଆଁରୁ ଅଟକ ରଖିଥିବା ଅନ୍ୟ ଆନ୍ଦୋଳନକାରୀଙ୍କୁ ପୋଲିସ ଛାଡ଼ି ଦେଇଛି । ଏଯାବତ୍ ଘଟଣାରେ ଗିରଫ କୌଣସି ବ୍ୟକ୍ତିଙ୍କୁ ଜାମିନ୍ ମିଳିନଥିବା ବେଳେ ଶେଷରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଏନ୍ କାଉଣ୍ଟର ଘଟଣା ଉପରେ ମୁହଁ ଖୋଲିଲେ ମାଲକାନଗିରି – କୋରାପୁଟ ବୋର୍ଡ଼ର ଡିଭିଜନ ମାଓବାଦୀ। ସଙ୍ଗଠନ ତରଫରୁ ସମ୍ପାଦକ ରାକେଶ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ପୋଲିସ ଗତ ୧୦ ତାରିଖରେ ଦୁଇଜଣ ଶ୍ରମିକ ଶ୍ରେଣୀର ଗ୍ରାମବାସୀଙ୍କୁ ଗୁଳିକରି ହତ୍ୟା କରି ମାଓବାଦୀ ଆଖ୍ୟା ଦେଇଥିବା କହିଛି ମାଓ ସଙ୍ଗଠନ। ଏହା ଛଡ଼ା ଘଟଣାକୁ ଘୋର ବିରୋଧ କରି ଆସନ୍ତା ନଭେମ୍ବର ୧୮ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ। କେବଳ ସେତିକି ନୁହେଁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିବା ସହ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୋଲିସ କୁମ୍ବିଂ ନାମରେ ଏହିଭଳି ନିରୀହ ଜନତାକୁ ଗୁଳିକରି ହତ୍ୟା କରି ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ମିଥ୍ୟା ଏନ୍ କାଉଣ୍ଟର କରି ନକଲି ବନ୍ଧୁକ ଏବଂ ମାଓ ସାମଗ୍ରୀ ରଖି ଗଣମାଧ୍ୟମରେ ନିଜର ବିଫଳତାର ଉପସ୍ଥାପନ କରୁଥିବା କହି ଖୁବ୍ ଭର୍ତ୍ସନା କରାଯାଇଛି । ଶେଷରେ ମାଲକାନଗିରି ତଥା କୋରାପୁଟ ଜିଲ୍ଲାରେ ଏହିଭଳି ଏନ୍ କାଉଣ୍ଟର ନୂଆ ନୁହେଁ ବୋଲି କୋରାପୁଟ – ମାଲକାନଗିରି ବୋର୍ଡ଼ର ଡିଭିଜନ ସମ୍ପାଦକ ରାକେଶ ଏକ ପ୍ରେସ ଇସ୍ତାହାର ସହ ଅଡ଼ିଓ ଜାରି କରିଛନ୍ତି।

ad-week
Leave A Reply

Your email address will not be published.