ବାଲିଗୁଡାର ମୁଠାହେଡ଼ ସାଧୁପାତ୍ରଙ୍କ ଅକାଳ ବିୟୋଗ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ମୁଠାହେଡ଼ ସାଧୁ ପାତ୍ର ଙ୍କ ଅକାଳ ବିୟୋଗ ଯୋଗୁଁ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ହୋଇଛି l ମଙ୍ଗଳବାର ଭୋର ପାଞ୍ଚଟାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ଘଟିଛି l ସୋମବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରସାରିତ ହେବାପରେ ଗାଁ ର ହଜାର ହଜାର ଲୋକ ଆତ୍ମୀୟ ସ୍ୱଜନ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ l ତାଙ୍କ ପାର୍ଥବ ଶରୀରକୁ ବିରାଟ ପଟୁଆରରେ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ପୁଅ ପ୍ରଶାନ୍ତ ପାତ୍ର ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ l ସେ ଜଣେ ଭଦ୍ର ମିଷ୍ଟଭାଷୀ ଅମାୟିକ ବ୍ୟକ୍ତିତ୍ୱ ଥିଲେ l ଅନ୍ୟପଟେ ସାଧୁପାତ୍ର ଙ୍କ ଅନ୍ତେ ତାଙ୍କ ପୁଅ ପ୍ରଶାନ୍ତ ପାତ୍ର ଙ୍କୁ ମୁଠା ହେଡ଼ ପଦବୀରେ ପାରମ୍ପରିକ ରୀତିନୀତି ରେ କୁଳ ପୁରୋହିତ ବିରୁପାକ୍ଷ ଦାସ ଓ ଗ୍ରାମବାସୀଙ୍କ ଉପସ୍ଥିତି ରେ ଅଭିଷିକ୍ତ କରିଥିଲେ l ସ୍ୱର୍ଗତ ପାତ୍ର ଙ୍କ ଶବ ଓ ଶୋଭାଯାତ୍ରା ରେ ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର, ଉପ ସଭାପତି ଶିବରାମ ପ୍ରଧାନୀ, ମୃତ୍ୟୁଞ୍ଜୟ ପ୍ରଧାନୀ, ବିଜୟ ଚନ୍ଦ୍ର ଖଣ୍ଡଗିରି, ସେଲେସ ନାୟକ, ଅର୍ଜୁନ ନାୟକ,ପୂର୍ବତନ ବାଲିଗୁଡା ସରପଞ୍ଚ ଗଣେଶ ମଳିକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.