ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

add-all

ବୁଗୁଡା : ତା ୧୬/୧୧/୨୨ : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବୁଦ୍ଧଖୋଲ ରୋଡ ସାହିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ କେ.ନୀଳମାଧବ ଆଚାରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଶ୍ରମିକ ସାମୁଖ୍ଯ ଜିଲ୍ଲା ସମ୍ପାଦକ ସମୀର କୁମାର ଭୂୟାଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବ୍ଳକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢୀ ଯୋଗ ଦେଇଥିଲେ। ପୋଲସରା ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ବୁଗୁଡା ବ୍ଳକ ନିର୍ମାଣ ଶ୍ରମିକ ସଂଯୋଜକ ସୁରେନ୍ଦ୍ରନାଥ ପାଣି ପ୍ରମୁଖ ଯୋଗଦାନ କରି ନିର୍ମାଣ ଶ୍ରମିକ କାର୍ଡ ଜରିଆରେ ଶ୍ରମିକମାନଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ବିବାହ ସହାୟତା, ମହିଳାଙ୍କ ପ୍ରସୂତୀ କାଳୀନ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁ କାଳୀନ ସହାୟତା ପ୍ରଭୃତି ସହାୟତା ଯୋଜନା ବିଷୟରେ ଆଲୋକପାତ
କରିବା ସହ ସମସ୍ତ ଶ୍ରମିକ ଏହାର ସୁଯୋଗ ନେଇ ପାରିବେ ବୋଲି ପରାମର୍ଶ ଦେଇଥିଲେ ।

ad-week
Leave A Reply

Your email address will not be published.