ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ପ୍ରେସ କ୍ଲବ ପକ୍ଷରୁ ମା ବାଳକୁମାରୀ ପିଠରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ “ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା,ଶିର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଏବଂ ସରକାରଙ୍କ ଯୋଜନା କିଭଳି ସମାଜରେ ବସବାସ ଲୋକଙ୍କ ପାଖରେ ସୁବିଧା ରେ ପହଞ୍ଚି ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମ୍ପାଦକ ଶ୍ରୀ ତିରୁପତି ସାହୁ ପୁର୍ବ ବୈଠକର ବିବରଣୀ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ନଳିନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଇଶ୍ଵର ମହାରଣା, ଗଦାଧର ଶୁକ୍ଳ, ସନ୍ତୋଷ କୁମାର ମହାପାତ୍ର, ରବିନ୍ଦ୍ର କୁମାର ବାଡ଼ତ୍ୟା, ଅରୁଣ ଉଦୟ ସାହୁ,କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ପ୍ରେସ କ୍ଲବ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.