ମନ୍ଦରଡାରେ ମହାଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା

add-all

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ମନ୍ଦରଡା ଗ୍ରାମ ରେ ଲକ୍ଷ୍ମୀ ପୂଜା ଲାଗି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ସମୟରେ ଗ୍ରାମ ର ବହୁ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ସହିତ ନିକଟରେ ଥିବା ଯାଆଁଳା ନଦୀରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ କଳସ ରେ ଜଳ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ବେଳେ କର୍ତ୍ତା ଭାବେ ରଘୁନାଥ ଫଳହାରୀ ମଠ ମହନ୍ତ ରାମ କିଶୋର ଦାସ ପୁଜା ରେ ବସିଥିଲେ। ଶ୍ରୀଧର ଶତପଥୀ ପ୍ରଚାରକ ଭାବେ ବସିଥିବା ବେଳେ ବ୍ରହ୍ମା ଭାବେ କାଳି ଚରଣ ରଥ ଓ ଆଚାର୍ଯ୍ୟ ଭାବେ ପଦ୍ମ ଚରଣ ମହାପାତ୍ର ଦାୟିତ୍ଵ ତୁଲାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ପ୍ରମେୟ ଏକ ହଜାର ବିଲ୍ବପତ୍ର ମହାଲକ୍ଷ୍ମୀ ଙ୍କୁ ଅର୍ପଣ କରାଯାଉଥିବା ବେଳେ ସନ୍ଧ୍ୟା ଆରତୀ ସମୟରେ ବହୁ ଶ୍ରଦ୍ଧାଳୁ ମାଁ ମହାଲକ୍ଷ୍ମୀଙ୍କ ଦର୍ଶନ କରୁଛନ୍ତି। ଏହି ପୂଜା ଶୁକ୍ରବାର ସନ୍ଧ୍ୟାରେ ପୁରଣ୍ଣାହୁତି ହେବାପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.