କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

add-all

ଫୁଲବାଣୀ : ୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା, ବିଇଡି କଲେଜ ବନ୍ଦ ନକରି ଚାଲୁ ରଖିବା ଫୁଲବାଣୀ ଦୈନିକ ହାଟ କୁ ଜବର ଦଖଲ ଉଛେଦ କରି ଆଦିବାସୀଙ୍କୁ ହସ୍ତାନ୍ତର କରିବା ସହ ଏଭଳି ୧୭ ଟି ଦାବି ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ନିକଟକୁ ଜିଲ୍ଲା ପ୍ରଶାସନଙ୍କ ଜରିଆରେ ଦେଇଛନ୍ତି। ଏହା ସହିତ ଆଗାମୀ ୨୯ ତାରିଖରେ ଆଦିବାସୀ ଦିବସକୁ ଫୁଲବାଣୀ ଠାରେ ଜୋରଦାର ପାଳନ କରାଯିବ ସହ ଏହି ଦାବିକୁ ଜୋରଦାର କରାଯିବ କୁଇସମାଜ ସେବା ସମିତି – ଉପ-ସଭାପତି ରମାକାନ୍ତ ମଲ୍ଲିକ,ସମ୍ପାଦକ ଅବନୀ କୁମାର କହଁର , ନାରୀ ନେତ୍ରୀ ସୌଦାମିନି କାନ୍ଧରେ, କାର୍ଯ୍ୟକାରୀ ସଦସ୍ୟ ପଞ୍ଚାନନ କହଁର ପ୍ରମୁଖ କହିଛନ୍ତି l

ad-week
Leave A Reply

Your email address will not be published.