
ଚିତ୍ରକୋଣ୍ଡା (୧୮/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ପଣଷପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯନ୍ତ୍ରୀ ପଞ୍ଚାୟତରୁ ୧୮ ଜଣଙ୍କୁ ନୁତନ ଭାବେ ପ୍ରଥମ ଥର ଭତ୍ତା ପ୍ରଦାନ କରାଯାଇଥିଲା l ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିନ୍ନ ପଞ୍ଚାୟତ ଯଥା ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ରୁ ଆସିଥିବା ମାନସିକ, ବିକଳାଙ୍ଗ ଵ୍ୟକ୍ତି ମାନଙ୍କର ନାମ ପଞ୍ଜିକରଣ କରଣ କରାଯାଇ, ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ଵାରା ପରୀକ୍ଷା ନିରୀକ୍ଷl କରାଯାଇ ଆବେଦନ କାରୀଙ୍କ ମଧ୍ୟରୁ ମୋଟ ୧୬୦ ଜଣଙ୍କୁ ଚି଼ହ୍ନଟିକରଣ କରାଯାଇଥିଲା ସେଥି ମଧ୍ୟରୁ ମାନସିକ ଅନଗ୍ରସର , ମୁକ ବଧିର, ଦୃଷ୍ଟି ବାଧିତା , ଶାରୀରିକ ବିକଳାଙ୍ଗ ଶ୍ରେଣୀର ନାମ ପଞ୍ଜିକୃତ କରିଥିବା ବେଳେ ୨୦୦ ଜଣଙ୍କ ଠାରୁ ବିଭିନ୍ନ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ନିମନ୍ତେ ଆବେଦନ ଗ୍ରହଣ କରାଯାଇଥିଲା, ଦୁଇ ଜଣଙ୍କୁ ହୁଇଲ ଚେୟାର ଏବଂ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା l ଉକ୍ତ ଆୟୋଜିତ ଶିବିର କାର୍ଯ୍ୟକ୍ରମ ଟିରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଯୋଗ ଦେଇଥିବା ବେଳେ ସନ୍ମାନିତ ଅତିଥିଭାବେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ମାଲକାନଗିରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ମାଲକାନଗିରି ବିଏସଏସଓ ରାଜୁ ପୂଜାରୀ ଏବଂ ପଣଷପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବିଏସଏସଓ ଅମର ମାଡ଼କାମି, ପ୍ରସନଜିତ ଦାସ ପରିଚାଳନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ପିଇଓ,ସରପଞ୍ଚ,ସମିତି ସଭ୍ୟ,ଜିଆରଏସ,ଅଙ୍ଗନବାଡି କର୍ମି ଏବଂ ବ୍ଲକ ର ଅନ୍ୟ ବହୁ କର୍ମଚାରୀ ମାନେ ମାନେ ସହଯୋଗ କରିଥିଲେ l