ଶିଶୁ ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

add-all

ଚିତ୍ରକୋଣ୍ଡା (୧୮/୧୧) : କରୋନା କଟକଣା ନିମନ୍ତେ ଦୀର୍ଘ ଦୁଇ ତିନି ବର୍ଷ ହେଲା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବାଧାପ୍ରାପ୍ତ ହୋଇ ପଡିଥିଲା । ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନ ହୋଇ ଯାଇଛି । ଉକ୍ତ ବାର୍ଷିକ କ୍ରୀଡ଼ା ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ସମ୍ମାନିତ ଅତିଥିଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଖେଳ ବିଭାଗ ଶିକ୍ଷକ ଭୂପିନ୍ଦର ନାୟକଙ୍କ ସମେତ ବିଦ୍ୟାଳୟର ସଭାପତି ହେମନ୍ତ କୁମାର ଭୂୟାଁ, ସମ୍ପାଦକ ମଦନ ମୋହନ ଦାସ, କୋଷାଧ୍ୟକ୍ଷ ମନୋଜ କୁମାର ପାତ୍ର ଏବଂ ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ତଥା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଂଶତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବିଦ୍ୟାଳୟ ପରମ୍ପରା ଵିଧି ମୁତାବକ ଉଦଘାଟନ କରାଯାଇଛି l ଦୀର୍ଘ ଦିନ ପରେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ହେଉଥିବା ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଖେଳ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ଭିତରେ ଶାରୀରିକ ମାନସିକ ତଥା ବୌଦ୍ଧିକ ବିକାଶ ସହିତ ନିଜ ନିଜ ଭିତରେ ଭାତୃଭାବ ତଥା ଏକତା କିପରି ଜାଗ୍ରତ ହୋଇ ପାରିବ ତାହା ସବୁଠାରୁ ମୂଲ୍ୟବାନ ବୋଲି ପ୍ରଧାନ ଆଚାର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି l ଏହି କ୍ରମରେ ସ୍ବାଗତଂ ଭାଷଣ, ବନ୍ଦନା, ଶପଥ ପାଠ ତଥା ବନ୍ଦେ ମାତରଂ ଧୂନି ସହିତ ଚିତ୍ରକୋଣ୍ଡା ଖେଳ ପଡ଼ିଆରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଯଥା ଶହେ, ଦୁଇ ଶହ, ଚାରି ଶହ ମିଟର ଦୌଡ଼, ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟଫୁଟ ଥ୍ରୋ, ବେଙ୍ଗ ଡିଆଁ ଆଡି ଖେଳ ପ୍ରତିଯୋଗିତା ଗୋଟିଏ ପରେ ଗୋଟିଏ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ର ଭାସ୍କର ଗୁରୁଜୀ,ଗୁରୁମା ସବିତା ମହାପାତ୍ର, ସରସ୍ବତୀ ପଣ୍ଡା,ସଂଯୁକ୍ତା ପଟ୍ଟନାୟକ,କେ ଭାରତୀ ରାଓ ଅନ୍ୟ ସାଥି ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.