୩୦ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ…

add-all

ଚିତ୍ରକୋଣ୍ଡା : ପୋଲିସ,ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଚଢଉ ରେ ୩୦ ଏକର ଜମିରେ ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି।ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ।ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳ ପଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲ୍ଲା ପ୍ରଶାସନ,ପୋଲିସ ବିଭାଗ,ଅବକାରୀ ବିଭାଗ।ଚିତ୍ରକୋଣ୍ଡା ଏସ ଡି ପି ଓ ଆଲେକସିଅସ କିସ୍ପଟ୍ଟା ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ,ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଭାବେ ଓପରେସନ କରି ବଡପଦର ପଞ୍ଚାୟତ ର ଖାଳପଦର ଓ କଡୋଗୁମ୍ମା ଅଞ୍ଚଳରେ ୩୦ ଏକର ଜମିରେ ଲଗାଯାଇଥିବା ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଛନ୍ତି।ଆଗାମୀ ଦିନରେ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଏହି ଚଢାଉ ସମୟରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ ଚିତ୍ରକୋଣ୍ଡା ଆଡିସନାଲ ତହସିଲଦାର ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.