ମଣ୍ଡି ଖୋଲିବାରେ ବିଳମ୍ବ , ଦଲାଲ୍ ସକ୍ରିୟ…

କମ୍ ଦରରେ ବିକ୍ରି ହେଉଛି ଧାନ, ଚାଷୀ ମୁଣ୍ଡରେ ଚଡକ..

youtube

ଭବାନୀପାଟଣା : ଭବାନୀପାଟଣା କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର ‘ । ହେଲେ ଚଷା ପୁଅର ଦୁଃଖ କଥା କହିଲେ ନସରେ । ଖରା ବର୍ଷା ଶିତ କାକର ସହି ହାଡଭଙ୍ଗା ପରିଶ୍ରମ କରି ଧାନ ବିଳରେ ଫସଲ ଅମଳ କରିଥାଏ ଚାଷୀ । ଏବଂ ଫସଲ ଅମଳ ପରେ ମଣ୍ଡିରେ ଧାନ ବିକ୍ରି କରି ଦୁଇ ପଇସା ରୋଜଗାର କରିବ । ଆଉ ଏହି ଦି’ ପଇସା ପାଇଲା ପରେ ନିଜର ଆବଶ୍ୟକତାକୁ ପୁରଣ କରିପାରିବ ବୋଲି ଆଶାବାନ୍ଧି ରହିଥାଏ ଚାଷୀ । କିନ୍ତୁ ସରକାରଙ୍କ ମଣ୍ଡି ଖୋଲିବା ବିଳମ୍ବ କାରଣରୁ ହେଉ ଅବା ଚାଷୀମାନଙ୍କ ନିହାତି ଆବଶ୍ୟକ ପଡୁଥିବା କାରଣରୁ ହେଉ । ଯଦ଼୍ଦ୍ବାରା ଚାଷୀମାନେ ବାଧ୍ୟ ହୋଇ ବର୍ଷକ ର ସୁନାର ଫସଲ ଦଲାଲଙ୍କୁ କମ୍ ଦରରେ ଟେକି ଦେଉଛନ୍ତି । ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ରୁ ମଣ୍ଡି ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ହେଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳ ହୋଇ ସାରିଥିବା ବେଳେ ବିଳମ୍ବରେ ମଣ୍ଡି ଖୋଲିବାକୁ ଥିବାରୁ ଦଲାଲ୍ ସକ୍ରିୟ ହେଉଥିବା ଦେଖାଯାଉଛି । ଜିଲ୍ଲାରେ ଥିବା କର୍ଲାମୁଣ୍ଡା ବ୍ଲକ୍ ଅଧୀନ ସାପଲହରା , ରେଗଡା , ଯୋରାଡବରା ଓ ବୋରପଦର ସମେତ ପ୍ରାୟ ଅଧିକାଂଶ ପଂଚାୟତର ପ୍ରାୟ ୪୦ ପ୍ରତିଶତ ଧାନ ଅମଳ ହୋଇ ସାରିଛି । ଚାଷୀମାନେ ଘରେ କିମ୍ବା ଖଳାରେ ଗଚ୍ଛିତ ରଖିଛନ୍ତି । ତେବେ ବିଳମ୍ବରେ ମଣ୍ଡି ଖୋଲିବାର ସୁଯୋଗ ନେଇ ଗାଁ ଗାଁରେ ଦଲାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ସିଧାସଳଖ ଚାଷୀଙ୍କ ପାଖକୁ ଯାଇ କ୍ୟୁଂଟାଲ୍ ପିଛା ୧୪ ଶହରୁ ୧୫ ଶହ ଟଙ୍କା ଦରରେ ଧାନ କିଣୁଥିବା ଦେଖାଯାଉଛି । ଏପରି କି ଚାଷୀମାନଙ୍କୁ ମଧ୍ୟ ନିହାତି ଆବଶ୍ୟକ ପଡୁଥିବାରୁ ସରକାରୀ ଧାର୍ଯ୍ୟ ଠାରୁ ବହୁ କମ୍ ଦରରେ ଦଲାଲଙ୍କୁ ବାଧ୍ୟ ହୋଇ ଧାନ ଟେକି ଦେଉଛନ୍ତି । ତେବେ ଏ ସବୁ ବିଷୟରେ ଜାଣି ସୁଦ୍ଧା ଯୋଗାଣ ବିଭାଗ ଚୁପ୍ ହୋଇ ବସି ରହୁଥିବା ଅଭିଯୋଗ ହେଉଛି । ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ ଚାଷୀମାନେ ଯେଭଳି ଅଭାବୀ ବିକ୍ରିର ଶିକାର ନହେବେ ଏବଂ ଦଲାଲ ସକ୍ରିୟ ଯେଭଳି ନହେବେ ସେଥିପାଇଁ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରତି ଦୃଷ୍ଟି ଦେଉନଥିବା ବେଳେ ଏବେ ଦଲାଲମାନେ ଆରାମରେ ଗାଁ ଗାଁକୁ ଯାଇ ଚାଷୀଙ୍କ ଠାରୁ ବହୁ କମ୍ ଦରରେ ଧାନ କିଣୁଥିବା ଦେଖାଯାଉଛି । ତେବେ ମଣ୍ଡି ଖୋଲିବାକୁ ଆଉ ଗୋଟିଏ ସପ୍ତାହ ବାକି ଥିବା ବେଳେ ଜିଲ୍ଲାପାଳ ନିଜେ ଘଟଣାର ଗୁରୁତ୍ଵକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି । ଏ ସଂପର୍କରେ କଳାହାଣ୍ଡି ଉପ-ଜିଲ୍ଲାପାଳ ବିଶ୍ଵଜିତ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ବିଭାଗୀୟ ଅଧିକାରୀଙ୍କୁ ଘଟଣା ଉପରେ ଦୃଷ୍ଟି ଦେବାକୁ କୁହାଯିବ ବୋଲି ପ୍ରକାଶ କରିବା ସହ ଚାଷୀମାନେ ମଣ୍ଡି ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । ଅପରପକ୍ଷେ ଦଲାଲମାନେ ବିଭିନ୍ନ ଚାଷିମାନଙ୍କ ଜମିପଟ୍ଟା ର ନକଲ୍ ଓ ଜମି ଖଜଣା ପାଉତି ( ମାଲ଼୍ଗୁଜାରୀ ରସିଦ୍ )ରେ ଜାଲ୍ ଦସ୍ତଖତ କରି ଟୋକନ୍ ହାତେଇବା ସହ ମଣ୍ଡିରେ ଧାନ ବିକ୍ରି ଏହି ଅଞ୍ଚଳରେ ମଣ୍ଡି ମାନଙ୍କରେ କିଛି ଚାଷି ଖୋଲାରେ ଧାନ ବିକ୍ରି କରି ସେମାନଙ୍କ ଠାରୁ ଦଲାଲ ମାନେ ଟୋକନ ଆଣି ଚାଷି ଙ୍କୁ ମଣ୍ଡି କୁ ଆଣି ଦଳାଳମାନେ ଧାନ ବିକ୍ରି କରିବାର ମଧ୍ୟ ଯୋଜନା ଏହି ଦଳାଲ ମାନଙ୍କୁ ଧରିବା ପାଇଁ ଗୋଟିଏ ମଣ୍ଡି ରେ ଯେ କୈାଣସି ଚାଷି ତିନିଥର ମଣ୍ଡି କୁ ଆସେ ତାହା ଉପରେ ଦଳାଲ ବୋଲି କୁହାଯିବ ଏପରେ ପେସାଳ ଅଫିସର ରଖି ଏଦଲାଳ ମାନଙ୍କୁ ଧରୀବା ପାଇଁ କୈାଣସି ମେସେଜ ଯାଏ ଧରିବାପାଇଁ ଅଭିଯୋଗ ହେଉଛି । ଏଣୁ ଏହି ଦଲାଲଙ୍କ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.