
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୁଣ୍ଡୁରୀଗୁଡା ଠାରେ ଥିବା ପ୍ରାୟ୨ଏକର ସରକାରୀ ଜମିରେ କିଛି ମାସ ହେବ ୭ ଜଣ ପରିବାର ବାସ କରୁଥିଲେ । ଯେହେତୁ ଏହି ଜମି ସରକାରୀ ଅଟେ ତେଣୁ ଏହି ଜମି ଖାଲି କରିବା ପାଇଁ ମୁନ୍ସୀପାଲଟି ତରଫରୁ ଏହି ବ୍ୟକ୍ତି ମାନଙ୍କୁ ନୋଟିସ ମଧ୍ୟ ଜାରି ହୋଇଥିଲା। କିନ୍ତୁ ଏହି ନୋଟିସ କୁ ଅବମାନନା କରି ସେମାନେ ନିଜ ଇଚ୍ଛାରେ ସେଠାରେ ରହୁଥିଲେ । ତେଣୁ ଆଜି ପୋଲିସ, ତହସିଲଦାର ଓ ମୁନ୍ସୀପାଲଟି ଅଧିକାରୀଙ୍କ ଉପସ୍ଥିତିରେ ତାକୁ ଉଛେଦ ପାଇଁ ଯିବା ସମୟରେ ସେଠାରେ ବାସ କରୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ କଂଗ୍ରେସର କର୍ମୀ ଚିଟି ବାବୁ ଏମାନଙ୍କୁ ଟଙ୍କା ମାଗିଥିଲେ ସେ ନ ଦେବାରୁ ସେ ସରକାରୀ ଅଫିସର ମାନଙ୍କୁ ଆଣି ଏମିତି ଘର ଭାଙ୍ଗୁ ଥିବା ସେହି ଲୋକ ମାନେ ପ୍ରକାଶ କରିଛନ୍ତି । ଏହା ବାବଦରେ ଆଜି ପର୍ଯ୍ୟନ୍ତ କଭଳି ପ୍ରସାସାନିକ ଅଧିକାରୀ ଜାଣିନଥିଲେ କିମ୍ବା ସବୁଜାଣି ଅଭିନୟ କରୁଥିଲେ ତାହାତଦନ୍ତ ଯୋଗ୍ୟ । ପୋଲିସ ଓ ପ୍ରଶାସନ ମିସି ନିରୀହ ଲୋକଙ୍କ ଘର ଭାଙ୍ଗୁଥିବା ବେଳେ ଏହି ଅତ୍ୟାଚାର ପାଇଁ ବିଜେଡି ସରକାରଙ୍କୁ ଭୋଟ ଦେଇଥିଲୁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏଠାରେ ଆଲୋଚନା ର ବିଷୟ ଯେ ଯେଉଁ ଲୋକମାନେ ଏହିଜାଗାରେ ବେଆଇନ କବ୍ଜାକରି ରହିଥିଲେ ସରକାର ସେମାନଙ୍କୁ ପୂର୍ବରୁ ଥଇଥାନ ବାବଦରେ ୬ଏକର ବସତି ଏବଂ ଚାଷ ନିମନ୍ତେ ଜମି ଯୋଗାଇ ଦେଇଥିବା ବେଳେ ଏହି ଭଳି ବହୁତ ବ୍ୟକ୍ତି ଗ୍ରାମାଞ୍ଚଳରୁ ଆସି ପ୍ରସାସାନିକ ଅଧିକାରୀ, ରାଜନେତା ଙ୍କୁ ହାତକରି ଜାଗା ହଡ଼ପ କରିଥିବା ସୂଚନା ରହିଛ ଏହାର ତଦନ୍ତ କରି ଯଥାଶୀଘ୍ର ଜବର ଦଖଲ ହଟାଇବାକୁ ସାଧାରଣ ରେ ଦାବି ହେଉଛି ।