ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପତ୍ର ବିଇଓଙ୍କୁ ପ୍ରଦାନ

add-all

ଦାରିଙ୍ଗବାଡ଼ି, ୧୯/୧୧, ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫- ଟି ସଚିବ, ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଛି। ସେହି ଦାବି ଗୁଡିକ ମଧ୍ୟରେ ୨୦୦୧ର ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଛେଦ କରି୨୦୦୧ରେ ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସେବା କାର୍ଯ୍ୟ ଗଣନା ଓ ସେମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନସନ ଯୋଜନା ଲାଗୁ ଆଦି ଦାବି ପତ୍ରରେ ଉଲ୍ଲେଖ ରହିଛି। ଏଥିରେ ଖିଲାପ ହେଲେ ରାଜ ରାସ୍ତାକୁ ଓଲ୍ହାଇବାର ସିଦ୍ଧାନ୍ତ ନେଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.