ପ୍ରେମ ସଞ୍ଜିବନୀ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

add-all

ବୁଗୁଡା : ତା ୧୯/୧୧/୨୨ : ସ୍ଥାନୀୟ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାଇ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତ ଦାତା ମାନଙ୍କଠାରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର ଡାକ୍ତର ହିମାଂଶୁ ଶେଖର ପାଢ଼ୀଙ୍କ ତତ୍ତ୍ବାବଧାନରେ ବିପିନ ପାଣିଗ୍ରାହୀ , ଚିତ୍ତ ରଞ୍ଜନ ଖଟୁଆ , ଇତିଶ୍ରୀ ତ୍ରିପାଠୀ , ନିବେଦିତା ବେହେରା , ପ୍ରମୋଦ କୁମାର ପ୍ରଧାନ, ଗଣେଶ ନାୟକ ଓ ସିମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ଏଥିରେ ସାଇ ସେବା ସମିତିର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.