ଏନୱାଇକେ ପକ୍ଷରୁ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଫିରିଙ୍ଗିଆ ବ୍ଲକର ବାଳନ୍ଦାପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବରାଳୀ ଯୁବ ପରିଷଦ ବଟାବହାଳିର ମିଳିତ ଆନୁକୂଲ୍ୟରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ନିରାକର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ବ୍ଲକର ଉପାଧ୍ୟାକ୍ଷା ଅଜିତ କୁମାର ସାହୁ, ବାଳନ୍ଦାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ମହାମେରୁ ଅଚଳ ବାରିକ, ସମାଜ ସେବୀ ଗୋପୀନାଥ କହଁର ,ଚକ୍ରପତି ଡିଗାଲ, ଭିକ ନାୟକ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲଣ୍ଡାପଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଯୁବକ ଓ ଯୁବତୀ ଯୋଗ ଦେଇ ଥିଲେ l ଯୁବକ ଯୁବତୀ ମାନଙ୍କ ମାନଙ୍କର ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ସୁଶାନ୍ତ କହ୍ନର ପ୍ରଥମ ,ରଶ୍ମି ରଞ୍ଜନ ପ୍ରଧାନ ଦ୍ୱିତୀୟ ଏବଂ କୈଳାଶ କହ୍ନର ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବ ଗତ କରିଥିଲେ l ବୈଠକରେ ମା ବରାଳୀ ଯୁବ ପରିଷଦ ବଟବହଳିର ସଭାପତି ରବି କହଁର ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ପାଦକ ମଣ୍ଟୁ ନାଥ ଡିଗାଲ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l

ad-week
Leave A Reply

Your email address will not be published.