ବାଲିମେଳାରେ ବିଶ୍ୱ ପାଇଖାନା ଦିବସ ପାଳିତ

add-all

ବାଲିମେଳା,୧୯।୧୧ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ବିବେକାନନ୍ଦ ସ୍ମାର୍ଟ ସ୍କୁଲ ର କୁନି କୁନି ପିଲା ଆଜି ବିଶ୍ୱ ପାଇଖାନା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଆଜି ବିଦ୍ୟାଳୟ ରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଇଖାନା ଦିବସ ଉପଲକ୍ଷେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ନିଜର ବତ୍କୃତା ରଖିଥିଲେ। ପରେ ଏକ ସଚେତନତା ରାଲି ରେ ସମସ୍ତ ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ସ୍ୱଚ୍ଛ ଅଭିଯାନ ନେଇ ବିଭିନ୍ନ ନାରା ଦେଇ ବସ୍ତି ଅଂଚଳ ସମେତ ନଗର ପରିକ୍ରମା କରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସହଯୋଗ ନାମକ ଏକ ସମାଜସେବୀ ସଂସ୍ଥା ଆୟୋଜନ କରିଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସହଯୋଗ ଟିମ ମୁଖ୍ୟ ଟୁକୁଲୁ ପ୍ରଧାନ, ଦୀପକ ଦାସ, ବିଦ୍ୟାଳୟ ପରିଚାଳକ ନରେଶ ସାମଲ, ୨ନଂ ୱାର୍ଡ କାଉନସିଲର ବିମଳ ବେହେରା, ୩ନଂ ୱାର୍ଡ କାଉନସିଲର ମନୋଜ ପାଙ୍ଗି ଙ୍କ ସମେତ ସ୍କୁଲ ର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.