ମିଳିତ ଶିକ୍ଷକ ସମନ୍ବୟ ସମିତିର ୩ଦଫା ଦାବୀପତ୍ର

add-all

ଫୁଲବାଣୀ : ରାଜ୍ୟ ନୂତନ ପେନସନ ଅନ୍ତର୍ଗତ ଶିକ୍ଷକ ସଙ୍ଗଠନର ନିଷ୍ପତ୍ତି ଅନୁସାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ନୂତନ ପେନସନ ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ, ଇଲିମେଣ୍ଟାରୀ ପ୍ରାଥମିକ ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବୀ ସମ୍ମିଳିତ ଦାବିପତ୍ର ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।(୧) ୬ ବର୍ଷର ଚାକିରି କାଳକୁ ନିୟମିତ ଗଣନା ସହିତ ୬ଟି ଇନକ୍ରିମେଣ୍ଟ ପ୍ରଦାନ (୨) ଅବିକଳ କେନ୍ଦ୍ରୀୟ ହାତରେ ଦରମା ଓ( ୩) ପୁରୁଣା ପେନସନ ଯୋଜନା। ଆଗାମୀ ୭ ଦିନ ଭିତରେ ଏହାର ବିଚାର ନକଲେ ୨୭-୧୧-୨୦୨୨ ଠାରୁ ଦାବୀ ପୂରଣ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଦାବୀ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ନୂତନ ପେନସନ ଭୁକ୍ତ ବ୍ଲକ ସଭାପତି ସରୋଜ କୁମାର ସେଠୀ, ସମ୍ପାଦକ ଅରୁଣ କୁମାର ପାତ୍ର, ସଙ୍ଗଠନ ସମ୍ପାଦକ ଲଲାଟେନ୍ଦୁ ନାୟକ,ମିଳିତ ଶିକ୍ଷକ ସମନ୍ବୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ସମ୍ପାଦକ କାମରାଜ ଦିଗାଲ, ଧନେଶ୍ଵର ଖୁଣ୍ଟିଆ, ରାଧାନାଥ ସାହୁ, ମଧୁସୂଦନ ସାହୁ, କଳ୍ପନା ମହାନ୍ତି, ପ୍ରଦୀପ କୁମାର ମହାନ୍ତି ଙ୍କ ସହିତ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.