
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ପ୍ରାଥମିକ ଶିକ୍ଷକ ଓ ଶିକ୍ଷତ୍ରୀ ମହାସଂଘର ବିଶାଳକାୟ ଏକ ରାଲି ରାଇଘର ଚପକାଡିପକା ଜଗନ୍ନାଥ ମନ୍ଦିର ଠାରୁ ବାହାରି (ବିଇଓ ) ରାଇଘର ଶିକ୍ଷା ଅଧିକାରୀ ଅଫିସ ଯାଏ ଆସିଥଲା,ଏହି ରାଲିରେ ରାଇଘର ପ୍ରାଥମିକ ଶିକ୍ଷକ ଓ ଶିକ୍ଷତ୍ରୀ ମହାସଂଘର ଅନୁମାନିକ ତିନି ଶହର ଉର୍ଦ୍ଧ ଶିକ୍ଷକ ଶିକ୍ଷତ୍ରୀ ଯୋଗ ଦେଇଥିଲେ, ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ସରକାରର ମନ ମୁଖି ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷତ୍ରୀ ମାନଙ୍କ ପ୍ରତି ପାତର ଅନ୍ତର ନୀତିକୁ ବିରୋଧ କରି ଆଜିର ଏହି ବିଶାଳ ସମାଗମ, ପ୍ରାଥମିକ ଶିକ୍ଷକ ମହାସଂଘର ସ୍ଲୋଗାନ ଥିଲା,(1) ଅବିକଳ କେନ୍ଦ୍ରୀୟ ହାରର ଦରମା ପ୍ରଦାନ (2) ଛଅ ବର୍ଷ ଚୁକ୍ତିଭିତ୍ତିକ ଚାକରିକାଳ ନିୟମିତ ଚାକରି ସହିତ ସାମିଲ କରିବା (3) ଚୁକ୍ତି ଭିତ୍ତିକ ଛଅ ବର୍ଷ ଚାକରିକାଳର ଛଅଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା (4) ନୂତନ ପେନସନ ଯୋଜନା ଉଛେଦ କରି ପୁରଣା ପେନସନ ପ୍ରଦାନ କରିବା, ଶିକ୍ଷକ ପରମେଶ୍ୱରସିଂ ରାଜପୁତ, ଶିକ୍ଷକ ଘନଶ୍ୟାମ ଗଣ୍ଡ,ଶିକ୍ଷକ ସୁପ୍ରିୟା ମହାପାତ୍ର, ଶିକ୍ଷକ ସୁଜିତ ପଟନାଏକ ଓ ଶିକ୍ଷକ ମଣିରାମ ଗଣ୍ଡଙ୍କ ନେତ୍ରୁତରେ ରାଇଘର ବ୍ଲକର ଶିକ୍ଷା ଅଧିକାରୀ ଶ୍ରୀ ଇଶ୍ୱର ଚନ୍ଦ୍ର ମାଝୀଙ୍କୁ ଏକ ସ୍ୱାରକ ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମନ୍ତ୍ରୀଙ୍କୁ ଉଦ୍ଦେଶ୍ୱରେ ପ୍ରଦାନ କରିଥିଲେ, ଯେତେ ଶୀଘ୍ର ହେଉ ସରକାର ଏହି ପାତର ଅନ୍ତର ନୀତିକୁ ଉଛେଦ କରି ସମ ଦୃଷ୍ଟିରେ ସମସ୍ତଙ୍କ ପ୍ରତି ସମଭାବ ରଖି ରାଇଘର ପ୍ରାଥମିକ ଶିକ୍ଷକ ମହାସଂଘର ୩ ଦଫା ଦାବିକୁ ମାନି ନିଅନ୍ତୁ, ବୋଲି ଦାବି ଜଣାଇ ଛନ୍ତି…