ଅଜଣା ଗାଡି ଧକ୍କାରେ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟକ୍ତି ମୃତ…

add-all

ମାଲକାନଗିରି,୧୯।୧୧ ମାଲକାନଗିରି ଜିଲ୍ଲା ସଦର ମହକୁମା କେନାଲ ଛକ ନିକଟରେ ବୋଲେର ଓଡ଼ି ୧୦ୟୁ ୪୩୯୭ ନଂ ଗାଡି ଦୁର୍ଘଟଣା ରେ ବ୍ୟବସାୟ କରୁଥିବା ବୃଦ୍ଧଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବସଷ୍ଟାଣ୍ଡ ନିକଟରେ ଥିବା କେନାଲ ଛକ ନିକଟରେ ଏମ୍ଭି ୧ ଗ୍ରାମର ସୁବାସ ଚନ୍ଦ୍ର ବିଶ୍ୱାସ ବୟସ ପ୍ରାୟ୫୧ ବର୍ଷ ହେବ ବ୍ୟକ୍ତିଜଣକ ନିଜ ଘରକୁ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡି ଆସି ଧକ୍କା ଦେଇ ଚାଲି ଯାଇଥିଲା। ତେବେ ଏହି ଧକ୍କା ରେ ସୁବାସ ଗୁରୁତ୍ତର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ନିକଟସ୍ଥ ଦେକାନ ରେ ଲାଗିଥିବା ସିସିଟିଭି ର ଫୁଟେଜ ଦେଖି ତଦନ୍ତ କରିବା ସହ ମୃତ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣ ରେ ଦାବି ହେଉଛି ।

ad-week
Leave A Reply

Your email address will not be published.