
ବ୍ରହ୍ମପୁର : ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗୋଷାଣୀ ନୂଆ ଗାଁ ସ୍ଥିତ ପଦ୍ମାବତୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା, ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘ ର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ଦ୍ଵିପ ପ୍ରଜ୍ବଳିତ କରି ଶ୍ରମିକ ଗିତ ଗାନ କରାଯିବା ସହ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମ ଶିକ୍ଷା ବୋର୍ଡ ବ୍ରହ୍ମପୁର ରିଜନର ଚେୟାରମ୍ୟାନ ତଥ ଭାରତୀୟ ମଜଦୁର ସଙ୍ଘର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ଦିଲୀପ କୁମାର ଦାଶ , ସମ୍ମାନୀୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଗଞ୍ଜାମ, ଗଜପତି ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ , ଗଞ୍ଜାମ ଜିଲ୍ଲା ର ସହ ପ୍ରଭାରୀ ଶ୍ରୀ ଲିଙ୍ଗରାଜ ସାହୁ ଯୋଗଦେଇ ପ୍ରକାଶ କରିଛନ୍ତି ଯେ ଭାରତୀୟ ମଜଦୂର ସଙ୍ଘ ଏକ ଭାରତୀୟ ବିଚାରଧାରା ଏବଂ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଂଘଠନ ଏବଂ ଶ୍ରମିକ ମାନଙ୍କର ସ୍ୱାର୍ଥ ଏବଂ ସନ୍ନମାନ ରକ୍ଷା ପାଇଁ ଲଢେ଼ଇ କରି ଆଜି ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଅଛି । ଆଜି ଦେଶର ପୋଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ , ବେସରକାରୀ ଓ କଳକାରଖାନା କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ତ ସୁବିଧା କୁ ସମାଧାନ କରି ଭାରତରେ ପ୍ରଥମ ସ୍ଥାନ ବଜାୟ ରଖି ଆସୁଛି ।
ସମ୍ମିଳନୀର ପରିସେଷରେ ଜିଲ୍ଲାର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା । ରାଜ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଦିଲୀପ କୁମାର ଦାଶ ଏବଂ ରାଜ୍ୟ ସଂପାଦକ ତଥା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାଶ ଙ୍କ ଉପସ୍ଥିତି ରେ ଜିଲ୍ଲା ସଭାପତି ଭାବେ ନାରାୟଣ ସାବତ , ଉପସଭାପତି ଭାବେ ଗୈାରୀ ପଟ୍ଟନାୟକ , ଶ୍ରୀମତୀ ସରସ୍ୱତୀ ଆଚାରୀ , ଜିଲ୍ଲା ସମ୍ପାଦକ ଭାବେ ସରୋଜ କୁମାର ସାହୁ , ସହ ସଂପାଦକ ଭାବେ ଅମିତା ସାହୁ , ଚପଳା ନାୟକ , କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ରାଉଳ , କାର୍ଯ୍ୟକାରୀ ସଦସ୍ୟ ଭାବେ ସମସ୍ତ ସଂଘଠନର ସଂପାଦକ ସହ ୧୧ ଜଣଙ୍କୁ କାର୍ଯ୍ୟକର୍ତ୍ତା ଭାବେ ଚୟନ କରାଯାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଯଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ, ବିଶ୍ୱକର୍ମା ମଯଦୁର ସଂଘ , କୃଷି ଗ୍ରମିଣ ମଜଦୁର ସଂଘ , ପଟା ରିକ୍ସା , IRE , ଖଲାସି ସଂଘ , ଅଟୋ ଚାଳକ ସଂଘ , ପରିବା ବ୍ୟବସାୟ ମଜଦୁର ସଂଘ , ଇଷ୍ଟ କୋଷ୍ଟ ରେଲୱେ ମଜଦୁର ସଂଘ , ବସ ସୁପରଭାଇଜର ସଂଘ, ପାଚିକା ସଂଘ ଏବଂ ୨୨ ଟି ବ୍ଳକ ର କାର୍ଯ୍ୟ କର୍ତ୍ତା ଯୋଗଦେଇ ଥିଲେ ।
ଉକ୍ତ ସମ୍ମିଳନୀକୁ ଅମ୍ବୁଜ , ସାହୁ , ମଞ୍ଜୁଳା ପାଣିଗ୍ରାହୀ , ଅମିତା ସାହୁ , କୃଷ୍ଣ ଚନ୍ଦ୍ର ସାହୁ , ବି ଲଳିତା ଦୋରା , ରେଣୁବାଳା ସାହୁ , ରମେଶ ଦାଶ , ପରିଚାଳନା କରିଥିଲେ