ସ୍ୱାଭିମାନ ଅଞ୍ଚଳରେ ବ୍ଲକସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତ ଅଧୀନ ସରକାରୀ ଅନୁସୂଚୀତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚାରି ଗୋଟି ବିଦ୍ୟାଳୟ ଯଥା ବଡ଼ପଡା ସରକାରୀ ଏସଏସଡି,ବଡପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପଣଷପୁଟ ଏସଏସଡି ବିଦ୍ୟାଳୟ ର ଦୁଇ ଶହ ର ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଅଧକ୍ଷତା କରିଥିବା ବେଳେ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜିତ ମାଡ଼କାମି ସଭାପତିତ୍ୱ କରିଥିଲେ ସନ୍ମାନିତ ଅତିଥିଭାବେ ଚିତ୍ରକୋଣ୍ଡା ଜିପିଓ ହେମନ୍ତ କୁମାର ଭୂୟାଁ, ଡବ୍ଲୁଓ ପ୍ରଶାନ୍ତ ବାଉରୀ, ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ତ୍ରିପାଠୀ,ବଡ଼ପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁ ଉପସ୍ଥିତିରେ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଛ ଗୋଟି କାର୍ଯ୍ୟକ୍ରମ ଗୀତ, ନାଚ, ଢ଼େମସା, କୁଇଜ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଲୁକାୟିତ ପ୍ରତିଭା ର ବିକାଶ ହୋଇ ପାରିବ l ସେମାନଙ୍କ ପ୍ରତିଭା ଜିଲା ତଥା ରାଜ୍ୟ ସ୍ତରରେ ପଦର୍ଶନ ହେବାରେ ସଫଳ ହୋଇ ପାରିବ ମୁଖ୍ୟ କଥା ସର୍ଗିଫୁଲ କାର୍ଯ୍ୟକ୍ରମ ର ନାଚ ଗୀତରେ ଝୁମିଲେ ସ୍ୱାଭିମାନ ଅଞ୍ଚଳ ବାସି l

ad-week
Leave A Reply

Your email address will not be published.