
ଛତ୍ରପୁର : ଛତ୍ରପୁର ସହରର ଜଣାଶୁଣା ମାଷ୍ଟର କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ତଥା ଆଦର୍ଶ ଶିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ (୪୮) ବୟସରେ ଗତ ୧୮ ତାରିଖରେ ପଢଉଥିବା ବେଳେ ହୃଦଘାତରେ ବିୟୋଗ ଘଟିଛି। ସେ ଜଣେ ଛତ୍ରପୁର ସହରର ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ବିୟୋଗରେ ଛତ୍ରପୁର ସହରର ଶିକ୍ଷା ଜଗତରେ ସମସ୍ତଙ୍କୁ ମର୍ମାହତ ବାତାବରଣ ସୃଷ୍ଟି କରିଛି । ଏହି କୋଚିଂ ସେଣ୍ଟରର ବହୁ ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରିଥିବା ବିଦ୍ୟାର୍ଥୀ ଓ ସାରଙ୍କୁ ଭଲପାଉଥିବା ଶହ ଶହ ଛାତ୍ରଛାତ୍ରୀ ସୋମବାର ଗଭୀର ଶ୍ରଦ୍ଧାଞ୍ଜଳି ବ୍ଯକ୍ତ କରିଛନ୍ତି। ଛତ୍ରପୁର ମୁସିଲିକେଣ୍ଟା ସାହି ନିକଟସ୍ଥ କୋଚିଂ ସେଣ୍ଟର ଠାରୁ ସୋମବାର ସଂନ୍ଧ୍ଯାରେ ଶହ ଶହ ଛାତ୍ର ଯୁବକ, ଶିକ୍ଷକ ଓ ଅଭିଭାବକ ଏକ ବିରାଟ ରାଲିରେ ହାତରେ କାଣ୍ଡେଲ ଧରି ଶୋଭାଯାତ୍ରାରେ ସହରପରିକ୍ରିମା କରି ଷ୍ଟେସନ ରୋଡ଼ ସ୍ଥିତ ଗୌତମ ନଗର ବାସ ଭବନରେ ପହଞ୍ଚିଥିଲେ । ସେଠାରେ ସ୍ବର୍ଗତ ଶିକ୍ଷକ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସାରଙ୍କ ବିୟୋଗରେ ଶିକ୍ଷକ ଓ ଛାତ୍ରମାନେ ସ୍ମୁତିଚାରଣ ସହ ଶୋକ ସନ୍ତ ପ ପରିବାରଙ୍କୁ ସମବେଦନା ଜ୍ଞାପନ କରିଥିଲେ, ଏହି ଅବସରରେ ପୂର୍ବତନ ଛାତ୍ର ଇଜୁ ଅମିନ ଖାଁ, ସମାଜ ସେବୀ ଶିକ୍ଷକ ସୁଧୀର ସାହୂ, ଚିନ୍ମୟ ଦାସ, ଶିବ ପ୍ରସାଦ ବେହେର, ଜଲାଲ ଖାନ, ରଞ୍ଜିତ ରଥ, ଶିକ୍ଷକ ଏସ୍. ତ୍ରିନାଥ ରେଡି, ଅମିତ ତ୍ରିପାଠୀ, ସୁଜିତ୍ କୁମାର ଦାସ, ଲକ୍ଷ୍ମୀ ନାରାୟଣ ବେହେରା ,ହରିହର ପଣ୍ଡା, ଶଙ୍କର ନାୟକ, ରାମ ପ୍ରସାଦ ରେଡି,ଚନ୍ଦ୍ରୁ ଶେଖର ପ୍ରଧାନ, ଲିଙ୍ଗରାଜ ସ୍ବାଇଁ, ପ୍ରଦୀପ ଆଚାର୍ଯ୍ଯ,ଘନଶ୍ୟାମ ରେଡି,ସରୋଜ ଦାସ,ସୁର ପ୍ରସାଦ ଶତପଥି ଓ ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ବହୁ ଶିକ୍ଷକ, ଛାତ୍ର, ଛାତ୍ରୀ ଓ ତାଙ୍କର ବଡ଼ଭାଇ ତଥା କ୍ରୀଡ଼ା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ, ସ୍ବର୍ଗତ ଶିକ୍ଷକ ପାଣିଗ୍ରାହୀ ଗଞ୍ଜାମ ବ୍ଲକ ପଣିବନ୍ଧ ଗ୍ରାମ ଟି ଆର ଡ଼ବ୍ଲୁ ସ୍କୁଲରେ ସହକାରୀ ଶିକ୍ଷକ ରୁପେ କାର୍ଯ୍ଯରତ ଥିଲେ ଏବଂ ତାଙ୍କର ସ୍ତ୍ରୀ ଓ ପୁଅ ଅଛନ୍ତି।