ମାଲକାନଗିରି ପ୍ରିମିୟର ଲିଗ୍‌ ଆରମ୍ଭ ପୂର୍ବରୁ ଖେଳାଳି ଚୟନ କାର୍ଯ୍ୟକ୍ରମ

add-all

ମାଲକାନଗିରି : କ୍ରୀଡାର ବିକାଶ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଫୋକସ ଦେଇ କ୍ରୀଡାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି । ତେବେ ତୃଣମୂଳ ସ୍ତ୍ରରରୁ ମଧ୍ୟ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଯୁବ ଗୋଷ୍ଠୀ ଦ୍ୱାରା ବିଭିନ୍ନ କ୍ଲବ କରାଯାଇ ବିଭିନ୍ନ ଖେଳ ଅଭ୍ୟାସ ଓ ପ୍ରତିଯୋଗିତା ହେଉଛି । ଠିକ ସେହିପରି ଜଗଦୀଶ ରାଓ କ୍ରିକେଟ କ୍ଲବ ତରଫରୁ ମାଲକାନଗିରି ପ୍ରିମିୟର ଲିଗ ପ୍ରତିଯୋଗିତା ପୂର୍ବରୁ ଆଜି ସଂସ୍କୃତି ଭବନ ଠାରେ ପ୍ରତିଯୋଗିତା ରେ ଭାଗନେବାକୁ ଥିବା ଛଅଟି ଦଳ ପାଇଁ ଖେଳାଳି ଚୟନ କରାଯାଇଛି। ତେବେ ଜିଲ୍ଲାରେ ପ୍ରଥମ ଥର ଖେଳାଳି ମାନଙ୍କୁ ଏପରି ନିଲାମ ଡାକି ଦଳ ଚୟନ କରାଯାଉଥିବା ହେତୁ ଖେଳାଳି ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଖେଳାଳି ଙ୍କ ସହ ଜିଲ୍ଲା ବାସୀ ଓ କ୍ରୀଡା ପ୍ରେମୀ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ତେବେ ଡିସେମ୍ବର ମାସରେ ଏହି ପ୍ରତିଯୋଗିତା ଆରମ୍ଭ ହେବ ବୋଲି ଜଗଦୀଶ ରାଓ କ୍ରିକେଟ କ୍ଲବ ର ସେକ୍ରେଟେରୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.