ଚାଷୀଙ୍କପାଇଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ପଦାସାହିରେ ଚାଷୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଉଠାଜଳସେଚନ ତଥା ଲିଫ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଛି ସତ କିନ୍ତୁ ନିର୍ମାଣ ହେବାର ଆଠ ମାସ ବିତିଯାଇଥିଲେ ସୁଧା ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ୬ ଗୋଟି ଉଠା ଜଳସେଚନ ନିର୍ମାଣ ହୋଇଛି କିନ୍ତୁ ସେଠାକୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ସେ ସବୁ ଅଞ୍ଚଳର ଚାଷୀ ଚାଷ ନିମନ୍ତେ ପାଣି ସମସ୍ୟା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା ଦ୍ଵାରା ଅନେକ ଚାଷୀଙ୍କ ସୁବିଧା ପାଇଁ ଉଠାଜଳସେଚନ ପ୍ରକଳ୍ପ ସୁବିଧା ପାଇଁ ସରକାର ଅର୍ଥ ମଞ୍ଜୁର କରନ୍ତି ସତ କିନ୍ତୁ ଠିକାଦାର ଓ ଜଳ ଯୋଗାଣ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଭଳି ପ୍ରକଳ୍ପ ନିର୍ମାଣ ହୋଇ ଥିଲେ ସୁଧା ଚାଷୀ ସଠିକ ଭାବେ ଚାଷ ଜମିକୁ ପାଣିରୁ ବଞ୍ଚିତ ରହୁଛନ୍ତି । ତେଣୁ ଅଞ୍ଚଳବାସୀ ବ୍ଳକ ପ୍ରଶାସନ ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନି ଫଳରେ ଅଞ୍ଚଳ ବାସୀ ନିରାଶ ହୋଇ ଜିଲ୍ଲା ପ୍ରଶାସନର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ad-week
Leave A Reply

Your email address will not be published.