ଉପାନ୍ତ ଇଲାକାରେ ଜନସମ୍ପର୍କ ପଦଯାତ୍ରା

add-all

ଦାରିଙ୍ଗବାଡ଼ି, ୨୨/୧୧, ବିଜୁ ଜନତା ଦଳ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତ ରେ ଆଜି ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ , ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ପୂର୍ବତନ ଲ୍ୟାମ୍ସସେସ ସଭାପତି ଧର୍ମେନ୍ଦ୍ର ପ୍ରଧାନ, ସିର୍କାବର୍ଗ ନାୟବ ସରପଞ୍ଚ ମାନିନୀ ପ୍ରଧାନ, ପୂର୍ବତନ ସରପଞ୍ଚ ଜୁନସ ପ୍ରଧାନ ଯୋଗ ଦେଇଥିଲେ। ଏହି ପଦଯାତ୍ରା ଜାଳୁରି ଠାରୁ ଆରମ୍ଭ କରି ସିର୍କାବର୍ଗ ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଦଳରୁ ୮୬ ଜଣ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ନିଜ ଦଳରେ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଜୁନସ ମୁଠାମାଝି , ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ, ରାଜନ ମୁଠାମାଝି , ପ୍ରଶାନ୍ତ ପ୍ରଧାନ, ସମାଜସେବୀ କୈଳାଶ ବଳିଆରସିଂ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ନିରଞ୍ଜନ ରୁପାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.