
ମାଲକାନଗିରି (୨୨।୧୧) : ମାଲକାନଗିରି ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଅହରହ ଉଦ୍ୟମ କରାଯାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ୨୫ କୋଟି ଟଙ୍କା ବ୍ୟୟରେ ଛଅଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତିା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତରେ ୬୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଓ ୬୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ଅନ୍ୱେଷା ଗୃହର ଉଦ୍ଘାଟନ କରାଯାଇଛିା ଏଥିସହ କୋରୁକୋଣ୍ଡା ନିକଟସ୍ଥ ନଦୀ ପୋଲ, ମୋଟୁ ଠାରେ ନୂତନ ବସ ଷ୍ଟାଣ୍ଡ, ବାଳ ବିଚାରାଧୀନ ଅପରାଧୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ, ଜୁଡୋ ଏକାଡେମୀ ପରିସରରେ କ୍ରୀଡା ଛାତ୍ରାବାସ, ତମସାର ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ ଇତ୍ୟାଦି ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଛିା ଏହି ଛଅଗୋଟି ପ୍ରକଳ୍ପ ନିମନ୍ତେ ମୋଟ ୨୫ କୋଟି ଟଙ୍କା ବ୍ୟୟ କରା ଯାଇଛିା ଏହାଦ୍ୱାରା ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ, ସାଧାରଣ ଜନତା ଓ ପଡୋଶୀ ରାଜ୍ୟ ମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପ୍ରକାଶ କରିଥିଲୋ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଡିଆରଡିଏ ପ୍ରକଳ୍ପନିର୍ଦେଶକ ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କ ସହ ଅନ୍ୟାନ୍ୟ ବିଭାଗର ଜିଲ୍ଲ।ସ୍ତରୀୟ ପଦାଧିକାରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଏବଂ ନାଗରିକ ମାନେ ଅଂଶଗ୍ରହଣ କରିଥିଲେ ।