ଦାରିଙ୍ଗବାଡ଼ିରେ ଗଡ଼ିଲା କୃଷି ସଚେତନତା ରଥ…

add-all

ଦାରିଙ୍ଗବାଡ଼ି :ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ଦାରିଙ୍ଗବାଡ଼ି ବ୍ଲକରେ ଚାଷୀମାନଙ୍କୁ କୃଷିର ବିବିଧ ଯୋଜନା ଓ ସହାୟତା ସମ୍ପର୍କରେ ସଚେତନ କରିବା ପାଇଁ ମଙ୍ଗଳବାର ସକାଳେ କୃଷି ସଚେତନତା ରଥ ଗଡ଼଼ିବା ଆରମ୍ଭ କରିଛି। ଦାରିଙ୍ଗବାଡ଼ି କୃଷି ସୂଚନା କେନ୍ଦ୍ର ସୌଜନ୍ୟତାରେ ସଂଚାଳିତ ରଥ ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ୨୫ ଗୋଟି ପଞ୍ଚାୟତରେ ଆଜି ଠାରୁ ୭ ଦିନ ବ୍ୟାପୀ ପରିକ୍ରମା କରିବା ସମ୍ପର୍କରେ ସୂଚନା ମିଳିଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଏବିଡ଼ିଓ କୃପାସିନ୍ଧୁ ବେହେରା, ଗୋଷ୍ଠୀ କୃଷି ଅଧିକାରୀ ବୃନ୍ଦାବନ ବେହେରାଙ୍କ ଉପସ୍ଥିତ ରେ ସବୁଜ ପତାକା ଦେଖାଇ ଏହି ରଥକୁ ବ୍ଲକ ପରିସରରୁ ଶୁଭାରମ୍ଭ କରିଛନ୍ତି। ଏଥିରେ ବିପିଏମ ପିଣ୍ଟୁ ନାୟକ , ସହକାରୀ ବୈଷୟିକ ମ୍ୟାନେଜେର ଅରୁଣ କୁମାର ପଟ୍ଟନାୟକଙ୍କ ସମେତ କୃଷି ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.