
ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଏସଏଫ ର ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଠାରେ ସ୍ୱାଭିମାନ ଅଞ୍ଚଳର ପିଲାମାନଙ୍କ ପାଇଁ ମାଗଣା କମ୍ପ୍ୟୁଟର ଶିକ୍ଷା ଆଜି ଠାରୁ ଆରମ୍ଭ ହୋଇଛି।ମାଲକାନଗିରି ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାକୁ ଆରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଏସଏଫ ମାଲକାନଗିରି ସେକ୍ଟର ହେଡକ୍ୱାଟର କମାଣ୍ଡାଟ ଶ୍ରୀ ଶିବ ଓମ୍ , ସେକେଣ୍ଡ ଇନ କମାଣ୍ଡାଟ ଶ୍ରୀ ସଞ୍ଜୟ ଦାସ,କମ୍ମଣ୍ଡାଟ ୦୯ ବାଟାଲିୟନ,ବିଡିଓ ଚିତ୍ରକୋଣ୍ଡା ଶ୍ରୀ ରଘୁନାଥ ମୁଣ୍ଡାରୀ,ତହସିଲଦାର ଚିତ୍ରକୋଣ୍ଡା ଶ୍ରୀ ଟି ପଦ୍ମନାଭ ଦୋରା ଉପସ୍ଥିତ ଥିଲେ।ଯନ୍ତାପାଇ ଠାରେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର କାର୍ଯ୍ୟକ୍ରମ ହେବା ଫଳରେ ସ୍ୱାଭିମାନ ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସେହି ଅଞ୍ଚଳର ପିଲାମାନେ ଉପକୃତ ହୋଇପାରିବେ।ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ବିଏସଏଫ ଦକ୍ଷ କମ୍ପ୍ୟୁଟର ପ୍ରଶିକ୍ଷକ ମାନେ ଛାତ୍ର ଛାତ୍ରୀ ଓ ଅଞ୍ଚଳର ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ।ଏହି କେନ୍ଦ୍ର ଟି ସରକାରୀ ଛୁଟି ଦିନ ବ୍ୟତୀତ ସମସ୍ତ ଦିନ ଖୋଲା ରହିବ।ଏହି କମ୍ପ୍ୟୁଟର ସେଣ୍ଟର୍ କାର୍ଯ୍ୟକାରୀ ହେବା ଦ୍ବାରା ଅଞ୍ଚଳର ପିଲାମାନଙ୍କର ସମସ୍ତ କ୍ଷେତ୍ରରେ ଉନ୍ନତି ହେବା ସହ ପିଲାମାନେ ସବୁ ବିଷୟ ସହଜରେ ଜାଣିପାରିବେ।ସରକାରଙ୍କ ଦ୍ଵାରା ଅନଲାଇନ ରେ ଦିଆଯାଉଥିବା ସମସ୍ତ ସୁବିଧା ବିଷୟରେ ଜାଣିପାରିବେ, ଅନଲାଇନ ମଧ୍ୟମରେ ସମସ୍ତ ପ୍ରକାର ଚାକିରି ଆବେଦନ କରିପାରିବେ,ଅଞ୍ଚଳର ଲୋକମାନେ ବସ,ଟ୍ରେନ ଟିକେଟ କରିପାରିବେ।ସ୍ୱାଭିମାନ ଅଞ୍ଚଳରେ ପ୍ରଥମକରି ପାଇଲଟ ପ୍ରକଳ୍ପ ଭାବରେ ଗୋଟିଏ ସେଣ୍ଟର୍ ଆରମ୍ଭ କରାଯାଇଛି ଆଗାମୀ ଦିନରେ ଏହିପରି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଏହି ଅଞ୍ଚଳରେ ଖୋଲାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ କହିଛନ୍ତି।