
ଚିତ୍ରକୋଣ୍ଡା (୨୩/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସତ୍ୟସାଇ ସମିତି ଆନୁକୂଲ୍ୟରେ ସାଇ ମନ୍ଦିର ଠାରେ ସତ୍ୟ ସାଇ ବାବା ଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ଆଜି ସତ୍ୟସାଇ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ପୂର୍ବ ଯୋଜନା ମୁତାବକ ପ୍ରଭାତ ସମୟରେ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇ ଏକ ଗାଡ଼ିରେ ସୁସଜିତ ରଥ ତିଆରି କରାଯାଇ ସତ୍ୟ ସାଇ ଙ୍କ ରଥ ରେ ସତ୍ୟ ସତ୍ୟ ସାଇଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ବାଦ୍ୟ ଯନ୍ତ୍ର, ସତ୍ୟ ସାଇଙ୍କ ଆଧାରିତ ଭଜନ ଜଣାଣ ଗାନ କରି ବାଦ୍ୟ ଗୀତ ତାଳେ ତାଳେ ଚିତ୍ରକୋଣ୍ଡା ସହର ପରିକ୍ରମା କରିଥିଲେ l ଚିତ୍ରକୋଣ୍ଡା ସହର କଲୋନୀ ତଥା ବସ୍ଥି ଅଞ୍ଚଳରେ ସତ୍ୟ ସାଇଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ଧାର୍ମିକ ଚେତନା ପ୍ରଭାବ ପଡ଼ିଥିଲା l ଆଜି ଚିତ୍ରକୋଣ୍ଡା ସତ୍ୟସାଇ ସମିତି ତରଫରୁ ଦିନ ତମାମ ସତ୍ୟସାଇ ମନ୍ଦିର ରେ ପୂଜାର୍ଚନା ସହ ଭଜନ, ଜଣାଣ, କୀର୍ତ୍ତନ ଓ ସତସଙ୍ଗ ଲାଗି ରହିଥିଲା l ମାଧ୍ୟାର୍ହ୍ନ ସମୟରେ ତିନି ହଜାର ରୁ ଉର୍ଦ୍ଧ ସାଇପ୍ରେମୀ କାର୍ଯ୍ୟକ୍ରମ ରେ ଯୋଗଦେବା ସହିତ ପ୍ରସାଦ ସେବନ କରିଥିଲେ l ଉକ୍ତ ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମ କୁ ସଭାପତି ବଳରାମ ନାୟକ, ଏମ ଚିରଞ୍ଜିବିଲୁ, ଶ୍ରୀରାମୁଲୁ, ପ୍ରକାଶ ରାଓ,ଏମ ଶ୍ରୀନିବାସ ନାୟକ, କେ ଶ୍ରୀନିବାସ ରାଓ , କାଳିମିଲତା, ସତ୍ୟ ନାରାୟଣ ରାଓ,ଗୀତାଞ୍ଜଳି ପଟ୍ଟନାୟକ, କେ ଭାରତୀ ରାଓ, ଏମ ଗୋବିନ୍ଦ ଚନ୍ଦ୍ର ନାୟକ,ବି ଲୋକେଶ୍ୱର ରାଓ, ବି କ୍ରିଷ୍ଣା ରାଓ ଓ ସନ୍ତୋଷ କୁମାର ପରିଚାଳନା କରିଥିଲେ l