ଦାରିଙ୍ଗବାଡିରେ ଇକୋରିଟ୍ରିଟର ଶୁଭାରମ୍ଭ

add-all

ଦାରିଙ୍ଗବାଡ଼ି, ୦୧/୧୨ : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ତୃତୀୟ ଥର ପାଇଁ ଇକୋରିଟ୍ରିଟ ର ସୁଭାରମ୍ଭ ହୋଇଛି। ଭିଡ଼ିଓ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକାଧିକ ସ୍ଥାନରେ ଶୁଭ ଉଦଘାଟନ କରିଛନ୍ତି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର କୁ ଆଗକୁ ବଢ଼ିବାକୁ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଚେଷ୍ଟା ଲାଗି ରହିଛି ଓ ଏହାର ଉନ୍ନତି କରଣ କରିବା ଦିଗରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଦ୍ବାରା ବ୍ୟୟ ବରାଦ ମଧ୍ୟ କରୁଛନ୍ତି । କରୋନା ଯୋଗୁଁ ଗତ ଦୁଇ ବର୍ଷ ଧରି ପଛରେ ପଡିଥିବା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ପୁଣି ପୁନ୍ନଉଦ୍ଧାର କରିବା ପାଇଁ ସାତ ଟି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରି ଆଜି ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି । ରାଜ୍ୟ ତଥା ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କୁ ତୋରାନିତ କରାଯାଇଥିଲା। ରାଜ୍ୟର ସାତଟି ଇକୋରିଟ୍ରିଟ ମାନଙ୍କ ଭିତରୁ ଦାରିଙ୍ଗବାଡିର ଇକୋରିଟ୍ରିଟ ଅନ୍ୟତମ , କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ବର୍ଷ ଦାରିଙ୍ଗବାଡ଼ି କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ଏକ ନିଆରା ଅନୁଭବ ର ଭେଟି ଦେବାକୁ ପ୍ରଚେଷ୍ଟା କରିଛନ୍ତି , ଗତ ଦୁଇ ଥର ଦାରିଙ୍ଗବାଡ଼ିର ସାରିଂରିପି ସ୍ଥିତ ପାନ୍ଥନିବାସ ପରିସର ମଧ୍ୟରେ ଇକୋରିଟ୍ରିଟ କରାଯାଇଥିଲା। ହେଲେ ଏହି ବର୍ଷ ଏହାର ଯାଗା ପରିବର୍ତ୍ତନ କରି ହିଲଭିଉ ପାର୍କ ସମୂଖରେ ଥିବା ଛୋଟିଆ ପାହାଡ଼ ଉପରେ ସ୍ଥାନ ଚୟନ କରି କାମ ଆରମ୍ଭ କରାଯାଇଥିଲା ଯାହାର ଚତୁର୍ପର୍ଶ୍ୱ ରେ ବଡ଼ ବଡ଼ ପାହାଡ଼ ବଣ ଜଙ୍ଗଲ ବିଲ ମାଳ ସବୁଜିମା ସହିତ ପାଇନ ଜଙ୍ଗଲ ଭରା ଦୁର୍ଷ୍ୟ ଅଛି। ଯାହାକି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ସହିତ ଏକ ନିଆରା ଅନୁଭବ ଦେବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଏହା ଡିସେମ୍ବର ୧ତାରିଖରୁ ଫେବୃଆରୀ ୨୮ (୨୦୨୩ )ପ୍ରଯ୍ୟନ୍ତ ଚାଲୁରହିବା ଜଣା ପଡ଼ିଛି । ଏହି ଶୁଭ ଉଦଘାଟନ ଅବସରରେ ଆଜି ଘୁଉଦୟଗିରି ବିଧାୟକ ଶ୍ରୀ ଯୁକ୍ତ ସାଲୁଗା ପ୍ରଧାନ , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଳିକ , କନ୍ଧମାଳ ଜିଲ୍ଲାପାଳ ଡ଼ଃ ଆଶିଷ ଇଶ୍ୱର ପାଟିଲ , ଏସପି ବିନୀତ ଅଗ୍ରୱାଲ , ଏସଡ଼ିପିଓ ଜିଆର ରାଘବେନ୍ଦ୍ର , ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରିୟଦର୍ଶନୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ସଭାକୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.