ବିଭିନ୍ନ ସ୍ଥାନରେ ବିଶ୍ଵ ଏଡ଼ସ ଦିବସ ପାଳିତ

add-all

ଫୁଲବାଣୀ : ୦୧।୧୨: କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ବିଭିନ୍ନ ସ୍ଥାନ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଛି। ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବବ୍ରତ ବାରିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଆ ଅଧ୍ୟାପକ ଡଃ.ନଳିନୀ କୁମାର୍ ପାଣିଗ୍ରାହୀ, ଅଧ୍ୟାପିକା ଶ୍ଵେତାଲିନା ତିର୍କି,ସବିତା ଟୁଡୁ,ତପନ ଚନ୍ଦ୍ର ନାୟକ,ଡଃ ଦେବବ୍ରତ ବାରିକ ମଞ୍ଚାସିନ ଥିଲେ । ଏଡ଼ସର ଭୟା ଭୟତା ସହିତ ସଚେତନତାର ଗୁରୁତ୍ବ ସଂପର୍କରେ ଆଲୋକପାତ କରିଥିଲେ ଅତିଥି। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସଚେତନ ବାର୍ତ୍ତା ଫ୍ଲାକାର୍ଡ ଧରୀ ସହର ପରିକ୍ରମା କରିଥିଲେ ।
ସେହିଭଳି ଜି. ଉଦୟଗିରି ନିକଟସ୍ଥ ଗ୍ରେସିଗିଂଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ, ଆଇନଜିବୀ ରମେଶ ବେହେରା ପ୍ରମୁଖ ଯୋଗ ଦେଇ ସଚେତନତା ଦ୍ୱାରା ଏହି ରୋଗ ଉପରେ ନିୟନ୍ତ୍ରଣ ହୋଇ ଆସୁଥିବା ବେଳେ ଏବେ ଆମକୁ ଅଧିକ ଯତ୍ନ ବାନ ହେବାକୁ ପଡିବ ଯାହା ଦ୍ୱାରା ଏହି ଭୟାଭୟ ରୋଗକୁ ଜୟ କରି ପାରିବା ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହିତ ସାଧାରଣ ଅଂଚଳବାସୀ ଯୋଗ ଦେଇଥିଲେ l ଶେଷରେ ଅଭିନାଶ ଆଚାର୍ଯ୍ୟ ଧନ୍ଯବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.