ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଗଣଧାରଣା

add-all

ହିଞ୍ଜିଳିକାଟୁ (୩।୧୨) : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶନିବାର ଓଡ଼ିଶା ରାଜ୍ୟ ଆଶାକର୍ମି ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ଭାରତୀୟ ମଜଦୁର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ହିଞ୍ଜିଳିକାଟୁ ଆଶାକର୍ମି ସଂଘ ସଭାପତି ରୀନାରାଣି ଗୌତମ ଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୧୪୯ ଜଣ ଆଶାକର୍ମି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଲେଜ ଆଗରେ ଥିବା ପୁରୁଣା ମେଡ଼ିକାଲ ପରିସରରେ ଏକତ୍ରିତ ହୋଇ ବିଭିନ୍ନ ଶ୍ଳୋଗାନ ଦେଇ ପଦଯାତ୍ରାରେ ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଶାନ୍ତି ପୂର୍ଣ ଭାବେ ଗଣ ଵିକ୍ଷୋବ ପ୍ରଦର୍ଶନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଆଶାକର୍ମି ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ ସହ ପେନସନ ଯୋଜନା କାର୍ଯ୍ୟକାରୀ ସହ ପେନସନ ୫ ହଜାର ପ୍ରଦାନ ଦାବି, ଅଵସର ପରେ ୫ ଲକ୍ଷ ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ସହାୟତା ପ୍ରଦାନ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ରହିଛି ବୋଲି ୟୁନିଅନ ପକ୍ଷରୁ ଦାବି କରାଯାଇଛି। ଦାଵି ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଗଣ ଧାରଣା ଦିଆଯିବ ବୋଲି ସଂଘ ସମ୍ପାଦକ ରେଣୁବାଳା ସାହୁ କହିଛନ୍ତି।

ad-week
Leave A Reply

Your email address will not be published.