ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ

add-all

ହିଞ୍ଜିଳିକାଟୁ ୩।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓଡ଼ ନଂ ୧୧ ଶଙ୍କର ସାହୁ ଜଣେ ଗରିବ ଓ ଦିନମଜୁରୀଆ ଅଟନ୍ତି । ଆର୍ଥିକ ଅନଟନ ମଧ୍ୟରେ ଚଳୁଥିବା ବେଳେ ତାଙ୍କ ୧୦ ଵର୍ଷର ଝିଅ ସୁମିତ୍ରାର ଦେହ ଅସୁସ୍ଥ ହେବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଥିଲା। ଫଳରେ ସେ ଚିକିତ୍ସିତ ହୋଇପାରୁନଥିବା ଜାଣିବା ପରେ ହିଞ୍ଜିଳିକାଟୁ ପୌରପରିଷଦ ୧୧ ନଂ ୱାର୍ଡ କାଉନସିଲର ଅମୂଲ୍ୟ ସାହୁ ଗରିବ ପରିବାରକୁ ଭେଟି ସହଯୋଗର ହାତ ବଢାଇଥିଲେ। ଯାହା ଫଳରେ ଆଜି ଶଙ୍କର ନିଜର ଝିଅ ସୁମିତ୍ରାର ଜିକିତ୍ସା ପାଇଁ ପୁଟପତି ଯାଇଥିବା ଜଣାପଡିଛି।
ହିଞ୍ଜିଳିକାଟୁ ଅଂଚଳରେ ପୂର୍ବରୁ ମଧ୍ୟ ଗୁରୁତର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା, ଏପରିକି ଡାକ୍ତରଖାନାରେ କିଭଳି ରୋଗୀ ଚିକିତ୍ସା ହେବ ସେଥିପ୍ରତି ଅମୂଲ୍ୟ ଚେଷ୍ଟା କରିଥିବା ନଜିର ମଧ୍ୟ ରହିଛି।

ad-week
Leave A Reply

Your email address will not be published.