ବ୍ଲକସ୍ତରୀୟ “ସର୍ଗିଫୁଲ” ପ୍ରତିଭାଚୟନ ପ୍ରତିଯୋଗିତା

add-all

ଦାରିଙ୍ଗବାଡି, (୦୩/୧୧) : ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ହୋଇଥିବା ସର୍ଗିଫୁଲ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟ କ୍ରମରେ ସମାନିତ ଅତିଥି ଭାବେ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଳିକ ଯୋଗ ଦେଇଥିଲେ। ଉକ୍ତ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ୨୧୦ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚୟନ କରାଯାଇଛି। ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗଅଧୀନରେ ରହିଥିବା ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ରଙ୍କୁ ନେଇ
ବ୍ଲକ ସ୍ତରୀୟ ପ୍ରତିଭା ଚୟନ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ବିଇଓ ରସାନନ୍ଦ କର, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା, ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ସାହିତ୍ୟିକ ପତିତପାବନ ରାଉତ ପ୍ରମୁଖ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.