ପ୍ରାଥମିକ ଏକ୍ସକ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀପତ୍ର

add-all

ଦାରିଙ୍ଗବାଡ଼ି,୪/୧୨ : ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮ ଦଫା ଦାବି ନେଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ସ୍ମାରକ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରିଛନ୍ତି। ୮ ଦଫା ଦାବୀ ଗୁଡ଼ିକ ହେଲା ଗଣଶିକ୍ଷକଙ୍କ ସମସ୍ତ ଯୋଗ୍ୟତା ଥିବା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରୁ ବଞ୍ଚିତ କରିବା ଶିକ୍ଷକଙ୍କୁ ନିୟମିତ କରାଯାଉ, ଇଂକ୍ରିମେଣ୍ଟ ଦିଆଯାଉ, ସମଗ୍ର ଶିକ୍ଷା ଅଭିଯାନରେ ଭୁକ୍ତ କରିବା, କର୍ମଚାରୀଙ୍କ ଦରମା ଟ୍ରେଜେରି ମାଧ୍ୟମରେ ପ୍ରଦାନ କରିବା, NPS ରେ ଭୁକ୍ତ କରିବା, ଅବସର ପ୍ରାପ୍ତ ଶିକ୍ଷକ ଓ ମୃତ ଶିକ୍ଷକଙ୍କୁ ଗ୍ରାଚୁଟି ଓ ମୃତ୍ୟୁ ଗ୍ରାଚୁଟି ପ୍ରଦାନ କରିବା, ବର୍ଦ୍ଧିତ ଦରମାର ଅବଶିଷ୍ଟ ତଥା ୫୦% ଏରୀୟର ପ୍ରଦାନ କରିବା ଏହି ସବୁ ଦାବୀ ଗୁଡିକ ସରକାର ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରି ରାଜ ରାସ୍ତାରେ ଓହ୍ଲେଇ ବାକୁ ଚେତାବନୀ ଦେଇଛନ୍ତି ।

ad-week
Leave A Reply

Your email address will not be published.