ହାଇକୋର୍ଟ ବିଚାରପତିଙ୍କ ହିଂଜିଳିକାଟୁ ଗସ୍ତ

add-all

ହିଞ୍ଜିଳିକାଟୁ (୪ା୧୨) : ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ପ୍ରୋଟକଲ ଡ଼ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ରବିବାର ପୂର୍ବାହ୍ନରେ ହିଂଜିଳିକାଟୁ ଜେଏମଏଫସି କୋର୍ଟ ପରିଦର୍ଶନ କରିଛନ୍ତି । ଜେଏମଏଫସି , ସବ ଜଜ୍ କୋର୍ଟରେ ପୁରୁଣା ମାମଲା ଗୁଡ଼ିକର ଫୈସଲା ଓ ବିଚାରଧୀନ ମାମଲା ଗୁଡ଼ିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କୋର୍ଟ ପରିସରରେ ସ୍ୱଚ୍ଛତା ବଜାୟ ନେଇ ଗୁରୁତ୍ୱାରୋପ କରିଥିଲେ । ପ୍ରସ୍ତାବିତ ଜେଏମଏଫସି ଜଜ୍‌ଙ୍କ ବାସଗୃହ ନିମନ୍ତେ ଚିହ୍ନଟ ସ୍ଥାନ ଇତ୍ୟାଦି ଦେଖିଥିଲେ । ବିଚାରପତି ଷଡ଼ଙ୍ଗୀଙ୍କ ସହ ହାଇକୋର୍ଟ ରେଜିଷ୍ଟାର ପ୍ରଭାକର ଗନ୍ତିଆ, ଜିଲା ଜର୍ଜ ଆନନ୍ଦ ଚନ୍ଦ୍ର ବେହେରା, ଜିଲା କୋର୍ଟର ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ର , ହିଂଜିଳିକାଟୁ ଜେଏମଏଫସି ଦିପ୍ତୀମୟୀ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଓକିଲ ସଂଘ ସଭାପତି ଦ୍ୱିତୀକୃଷ୍ଣ ସାବତ, ସମ୍ପାଦକ ଶିବରାମ ପଣ୍ଡା, ସୁଶାନ୍ତ ପାଣିଗ୍ରାହି, ବାବୁଲି ମହାପାତ୍ର ,ପୀତାମ୍ବର ସାହୁ ପ୍ରମୁଖ ବହୁ ଓକିଲ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.