ସାଥୀ ବସନ୍ତ ନନ୍ଦ ଥିଲେ ଅନ୍ୟାୟ ଓ ଦୁର୍ନୀତି ବିରୋଧର ଲଢ଼େଇର ଏକ ପ୍ରତୀକ

add-all

ଆଜି ସିପିଏମ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବସନ୍ତ ନନ୍ଦଙ୍କ ପ୍ରଥମ ମୃତ୍ୟୁ ବର୍ଷିକୀ ପାଳିତ ହୋଇଯାଇଛି।ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଆୟୋଜିତ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ବସନ୍ତ ନନ୍ଦଙ୍କୁ ଜଣେ ଆଦର୍ଶବାଦୀ ଓ ଲଢୁଆ ଯୁବନେତା ଥିଲେ ବୋଲି କହିଥିଲେ।ସରକାରଙ୍କ ପ୍ରତ୍ୟେକଟି ଜନବିରୋଧୀ ନୀତି ଓ ଦୁର୍ନୀତି ବିରୋଧରେ ସେ କେବଳ ସ୍ୱର ଉତ୍ତୋଳନ କରୁନଥିଲେ ରାସ୍ତା ଉପରେ ପ୍ରତିବାଦ କରିବାକୁ ଜନସାଧାରଣଙ୍କୁ ସଂଗଠିତ କରୁଥିଲେ।ସମ୍ପ୍ରଦାୟିକ ବିଦ୍ୱେଷ ଓ ସମ୍ବିଧାନର ସୁରକ୍ଷା ପାଇଁ ମଧ୍ୟ ଦେଶ ପ୍ରେମୀ, ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତିଙ୍କୁ ଏକଜୁଟ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଥିଲା।ତାଙ୍କ ଜୀବନ ଥିଲା ଏକ ଉତ୍ସାର୍ଗୀକୃତ।ସାମ୍ପ୍ରତିକ ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ହେଉଥିବା ପତ୍ୟେକଟି ଅଭିଯାନରେ ସାଥୀ ବସନ୍ତ ନନ୍ଦ ସ୍ମରଣୀୟ ହୋଇ ରହିବେ।
ଏହି ସଭାରେ ଅନ୍ୟତମ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, କଂଗ୍ରେସ ନେତା ପୀତବାସ ପଣ୍ଡା, cpiml ନେତା ଶଙ୍କର ସାହୁ, ଆଡଭୋକେଟ ବସନ୍ତ ପଣ୍ଡା, ଲେଖିକା ବିଦୁ ପ୍ରଭା ରଥ, କର୍ପୋରେଟର ସୁରେନ୍ଦ୍ର ମହାରଣା, ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଆଞ୍ଚଳିକ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଆଡଭୋକେଟ ଗୋକୁଳ ତ୍ରିପାଠୀ ସାଥି ବସନ୍ତ ନନ୍ଦଙ୍କ ଉପରେ ଏକ କବିତା ପାଠ କରିଥିଲେ। ଏହି ସଭାରେ ଜିଲ୍ଲାର ବରିଷ୍ଠ ନେତା କୈଳାଷ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।

ad-week
Leave A Reply

Your email address will not be published.