କାର ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ…

add-all

ଦାରିଙ୍ଗବାଡି,୫/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ଲୁନା ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୟସ୍କ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ, କଲୋନୀ ସାହିର କାମଦେବ ଦିଗାଲ ଏବଂ ତାଙ୍କ ସ୍ତ୍ରୀ ଦିବିକା ଦିଗାଲ। ମୃତକଙ୍କ ପରିବାର ଓ ଅଞ୍ଚଳ ବାସୀଙ୍କ ପକ୍ଷରୁ କ୍ଷତି ପୁରଣ ଦାବି କରିଛନ୍ତି। ପ୍ରକାଶ ଯେ, ବାଲିଗୁଡ଼ାର ମହାସିଙ୍ଗ ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିଲେ। ଗାଁ ଠାରୁ ମାତ୍ର ୩ କି.ମି ଦୂରରେ ବିପରୀତ ଦିଗ ବ୍ରହ୍ମପୁରରୁ ବଲାଙ୍ଗୀର ପୁଇଁତଳାକୁ ଯାଉଥିବା ଏକ କାର ରାତି ପ୍ରାୟ ୧୦ ଘଟିକା ସମୟରେ ଧକ୍କା ଦେଇଥିବା ଜଣା ପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକ ଓ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ଚିକିତ୍ସା ପୂର୍ବରୁ ଦୁହିଁଙ୍କ ଜୀବନ ଚାଲି ଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହି ଘଟଣାରେ ଥାନାରେ ମକଦମା ନଂ-୨୧୫/୨୨ ରୁଜୁ କରିବା ସହ ଡ୍ରାଇଭରକୁ ଗିରଫ ସହିତ କାରକୁ ଜବତ କରାଯାଇଛି। ମୃତ ବ୍ୟକ୍ତିଙ୍କ ବ୍ୟବଚ୍ଛେଦ ପରେ, ପରିବାରର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ କରୁଥିବା ଥାନା ଅଧିକାରୀ କୋୖଶିକ ମାଝୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.