ବ୍ଳକ ସ୍ତରୀୟ ବିଜ୍ଞାନ ମେଳା

add-all


ହିଞ୍ଜିଳିକାଟୁ,୫ା୧୨: ହିଂଜିଳିକାଟୁ ବ୍ଲକ ସ୍ତରୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନ ମେଳା ଗଣ୍ଡଳା ଗଣେଶ ବିଦ୍ୟାପୀଠ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ‘ଟେକ୍ନୋଲୋଜି ଏବଂ ଖେଳନା’ ବିଷୟବସ୍ତୁକୁ ନେଇ ବିଜ୍ଞାନ ମେଳାରେ ୧୧୫ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଡ଼ିଓ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଏସ ଗିରିଧର ଉପସ୍ଥିତ ଥିଲେ । ସମାଜସେବୀ ରବିନ୍ଦ୍ର କୁମାର ସାବତ, ସୁରେନ୍ଦ୍ରନାଥ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରାମହରି ସାହୁ ଉପସ୍ଥିତ ଥିଲେ । ହାଇସ୍କୁଲ ସ୍ତରରୁ ୫୬ ପ୍ରକଳ୍ପ, ଅପର ପ୍ରାଇମେରୀ ସ୍କୁଲ ସ୍ତରରୁ ୫୫ ଓ ପ୍ରାଥମିକ ସ୍କୁଲ ସ୍ତରରୁ ୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା । ସରକାରୀ ବୃନ୍ଦାବନ ବିଦ୍ୟାପୀଠ ହିଂଜିଳିକାଟୁର ରଶ୍ମୀନ ସାବତ, ୟୁ ଜି ହାଇସ୍କୁଲ ଖଣ୍ଡରାର ତାରିଣି ପ୍ରସନ୍ନ ପଟ୍ଟନାୟକ, ଖରିଡ଼ା ହାଇସ୍କୁୁଲର କ୍ରିଷ୍ଣା ମୁଦୁଲି, ଊଚ୍ଚ ପ୍ରାଥମିକ ବିଦ୍‌୍ୟାଳୟ ଦୁର୍ବନ୍ଧର ଆଶିଷ କୁମାର ସାହୁଙ୍କ ପ୍ରକଳ୍ପ ଗୁଡ଼ିକ ଶ୍ରେଷ୍ଠ ବିବେଚିତ ହୋଇ ଜିଲା ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛି । ପୁରସ୍କାର ବିତରଣୀ ଓ ଉଦଯାପନୀରେ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ପ୍ରୀତି ସାହୁ, ସରପଂଚ ସ୍ଥିତିପ୍ରଜ୍ଞା ସେଠୀ, ସମିତିସଭ୍ୟ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ କୃତି ଛାତ୍ରୀଛାତ୍ରଙ୍କୁ ପରସ୍କୃତ କରିଥିଲେ । ଏବିଇଓ ବାଳକୃଷ୍ଣ ପାତ୍ର ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.