କୋଠାବାଡି ନିର୍ମାଣ ରେ ନିୟମ ଉଲଘଂନ କରିଥିବା ଅନୁଷ୍ଠାନ ପ୍ରତିଷ୍ଠାନ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବ ବ୍ରହ୍ମପୁର ଵି ଏମ ସି

add-all

ବ୍ରହ୍ମପୁର : କୋଠାବାଡି ନିର୍ମାଣ ରେ ନିୟମ ଉଲଘଂନ କରିଥିବା ଅନୁଷ୍ଠାନ ପ୍ରତିଷ୍ଠାନ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବ ବ୍ରହ୍ମପୁର ମହାନଗର ନିଗମ। ଆଜି ଏକ  ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ନିଗମ କମିସିନର ଯେ.ସୋନାଲ। ବ୍ରହ୍ମପୁର ମହାନଗରର ଟ୍ରାଫିକ, ପରିମକ ରେ ଆହୁରୀ ସୁଧାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି।ଓଡିଶା ବିକାଶ ପ୍ରାଧିକରଣ ଅଧିନିୟମ କୁ ଉଲଂଘନ କରିଥିବା ଆବାସିକ ଏବଂ ବ୍ୟବସାୟିକ ଅନୁଷ୍ଠାନ ବିରୋଧ ରେ କଡକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି ମହାନଗର ନିଗମ।ଏଥିପାଇଁ ପ୍ରସ୍ତୁତ ହୋଇଛି ୧୦୦ ଟି ଅନୁଷ୍ଠାନ ର ତାଲିକା।ଏହି ତାଲିକାରେ ବହୁ ମହଲା ବିଶିଷ୍ଟ  ବ୍ୟବସାୟିକ ଅଟ୍ଟାଳିକା, ଗୃହ ,କଲ୍ୟାଣ ମଣ୍ଡପ ଆଦି ରହିଛି।ଏହି ପ୍ରତିଷ୍ଠାନ ମାନେ  କୋଠା ନିର୍ମାଣ ବେଳେ   ବିଡିଏ ପ୍ଲାନ ଅନୁମତି ନେଇଥିବା  କିମ୍ବା ଅନୁମତି ନେଇ ନ ଥିବା କିମ୍ବା କୌଣସି ପଞ୍ଜିକରଣ ନକରି ଆଇନ କୁ ଉଲଂଘନ କରିଥିବା ଅନ୍ତର୍ଭୁକ୍ତ ରହିଛନ୍ତି। ବିଏମସି ପକ୍ଷରୁ ସେମାନଙ୍କୁ ୧୫ଦିନିଆ ନୋଟିସ ଜାରି କରାଯିବ।ସେମାନେ ନିଜର ମତ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସମୟ ସୀମା ମଧ୍ୟରେ ସୁଧାର ନ ହୁଏ ତେବେ ଉକ୍ତ ଅନୁଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସିନର ଜେ. ସୋନାଲ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.