ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ…

add-all


ହିଞ୍ଜିଳିକାଟୁ ୬/୧୨ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ଵଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ଜୀବନ ଶୈଳୀ ଗଠନ କରିବା ଦିଗରେ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକ ରହିଛି । କ୍ରୀଡାଦ୍ୱାରା ଛାତ୍ରଛାତ୍ରୀ ନିରୋଗ ରହିବା ସହିତ ନିଜର ବୌଦ୍ଧିକ ଏବଂ ଶାରୀରିକ ବିକାଶ ହୋଇଥାଏ ବୋଲି ମତଦେବା ସହିତ ଏହାର ଉପକାରିତ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ତତ୍ୱାବଧାନରେ ପ୍ରମୁଖ ଅତିଥି ଭାବେ ୬୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଆସନ ଆମ୍ଵଗାଁ ପଞ୍ଚାୟତ ସରପଞ୍ଚ ଦନାର୍ଦନ ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ କେତେକ ଉପାଦେୟ ପରାମର୍ଶ ଦେଇଥିଲେ । ଏହାକୁ ସ୍କୁଲର କ୍ରିଡା ଶିକ୍ଷକ ଅମ୍ବିକା ପ୍ରସାଦ ଦାଶ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ ଆଦି ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା

ad-week
Leave A Reply

Your email address will not be published.