ଅନୁସୂଚିତ ଜାତି ନିର୍ଦ୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ…

add-all

ଦାରିଙ୍ଗବାଡି,୬/୧୨ ଦାରିଙ୍ଗବାଡି ଗସ୍ତରେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକଙ୍କ ସହ ଉପନିର୍ଦେଶକ ଶେଷ ଦେବ ବେହେରା, ସହ-ସଚିବ ପ୍ରବୀର କୁମାର କିଲର ପ୍ରମୁଖ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଦାରିଙ୍ଗବାଡି ସିଲେଇ କେନ୍ଦ୍ର ପରିଦର୍ଶନ ସହ ଶ୍ରାନିକେତା ପଞ୍ଚାୟତ ସ୍ଥିତ ସୁଲୁମାହାର ବନଧନ ବିକାଶ କେନ୍ଦ୍ରରେ ଚାଲିଥିବା ଖଲି ସିଲେଇ, ହଳଦୀ, ଓଁଳା, ବାହାଡ଼ା ବ୍ୟବସାୟ କରି ମହିଳା ମାନେ କିଭଳି ନିଜର ଜୀବିକା ନିର୍ବାହ କରୁଛନ୍ତି ସେନେଇ ମହିଳାଙ୍କ ସହ ଆଲୋଚନା କରିଥିଲେ । ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା,ପ୍ରକଳ୍ପ ପରିଚାଳକ ସମୀରନ ନାୟକପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.