ଆଶା କର୍ମୀ ଙ୍କ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା…

add-all


ଚିକିଟି : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଚିକିଟି ବ୍ଲକ ର ଆଶା କର୍ମୀ ମାନେ ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ପୂରଣ ସକାଶେ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ସଭାପତି ରେଣୁବାଳା ପାଢ଼ୀ ଙ୍କ ନେତୃତ୍ବରେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ ସମସ୍ତେ ମିଶି ସାତ ଦଫା ଦାବି ଉପସ୍ଥାପନ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଗତ ଦିନ ରେ ବିଧାନସଭା ସମ୍ମୁଖ ରେ ରାଜ୍ୟ ସଂଘ ଡାକରା ରେ ବିଧାନ ସଭା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।ତଥାପି ସରକାର ସଚେତନ ନ ହେବା ଫଳ ରେ ରାଜ୍ୟ ସଂଘ ଡାକରା ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରୀ ରହିବ ବୋଲି ସମ୍ପାଦକ ମମତା ସାହୁ ସୂଚନା ଦେଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ପୋଲିସ କୁ ସୂଚନା ଦେଇ କୌଣସି ଫଳ ନ ମିଳିଲେ ଆନ୍ଦୋଳନ ଓ ଗଣଧାରଣା ଅବ୍ୟାହତ ରହିବ ବୋଲି ସଂଘ ସୂଚନା ଦେଇଛି। ଶ୍ରମିକ ନେତା ଅରୁଣ କୁମାର ପାଢ଼ୀ ଧାରଣା ସ୍ଥଳ ରେ ପହଞ୍ଚି ଆଶା କର୍ମୀ ଙ୍କ ସହ ସମସ୍ୟା ସମ୍ପର୍କ ରେ ଆଲୋଚନା ମଧ୍ୟ କରି ଫେରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ କୁ ସ୍ଥାୟୀ, ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ଦେଇ ତଦ୍ ଅନୁଯାୟୀ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ, ଅବସର କାଳୀନ ଭତ୍ତା, ମୃତ୍ୟୁ କାଳୀନ ସହାୟତା , ପେନସନ, କର୍ମୀ ଙ୍କ ଯୋଗ୍ୟତା ଭିତ୍ତି ରେ ଏ ଏନ୍ ଏମ୍ ରେ ସୁଯୋଗ, ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଶା କର୍ମୀ କାର୍ଯ୍ୟାଳୟ ଓ କୋଭିଡ ସମୟ ରେ ମୃତ୍ୟୁ ବରଣ କରିଥିବା କର୍ମୀ ଙ୍କୁ ସହାୟତା ଭଳି ଦାବି ପୁରଣ ନ କଲେ ସଂଘ ରାଜ ରାସ୍ତା କୁ ଓହ୍ଲେଇବ ବୋଲି ଆଶା କର୍ମୀ ମାନେ ଚେତାବନୀ ମଧ୍ୟ ଦେଇଛନ୍ତି।

ad-week
Leave A Reply

Your email address will not be published.