ଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବାକୁ ଅପିଲ କଲେ ଜିଲ୍ଲାପାଳ

add-all

ମାଲକାନଗିରି, ୦୮/୧୨ : ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଯୋଗ ଦେଇ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ଏବଂ ଜନସାଧାରଣ ଙ୍କୁ ଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବା ପାଇଁ ଅପିଲ କରିଛନ୍ତି । ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୧୯ ହଜାର ୫୭୦ ଜଣ ଭୋଟର ରହିଛନ୍ତି । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ସ୍ଵେଚ୍ଛାକୃତ ଭାବେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ବ ପ୍ରଦାନ କରିଛନ୍ତି। ଯାହା ଗଣତନ୍ତ୍ର କୁ ସୁଦୃଢ କରିବା ରେ ସହାୟକ ହେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
ସମସ୍ତ ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟ ଓଡିଶା ନିର୍ବାଚନ ଆୟୋଗ ଙ୍କ ୱେବସାଇଟ www.ceoodisha.nic.in ରେ ଉପଲବ୍ଧ ଅଛି । ସେହିପରି ଇଲେକ୍ଟରାଲ୍ ରୋଲ-୨୦୨୩ ଜାନୁଆରୀ ୫ ,୨୦୨୩ ରେ ପ୍ରକାଶନ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି।ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାରେ ଫର୍ମ-୬ ମାଧ୍ୟମରେ ୨୦୯୪ ଜଣ ୧୭ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୧୪୮୮୪ ଜଣ ୧୮ ବର୍ଷ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯୋଗ ନିମନ୍ତେ ଆବେଦନ କରିଛନ୍ତି। ୫୪୧୫ ଜଣ ବ୍ୟକ୍ତି ଆବେଦନ ଓ ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ-୭ ମାଧ୍ୟମରେ ଦାଖଲ କରିଛନ୍ତି। ସେହିପରି ଫର୍ମ-୮ ରେ ୩୫୦୩ ଜଣ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିଛନ୍ତି। ସର୍ବମୋଟ ଜିଲ୍ଲାରେ ୨୫୮୯୬ ଜଣ ଏହି କାର୍ଯ୍ୟକ୍ରମ ଅଧୀନରେ ଆବେଦନ କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୩.୬୪ ପ୍ରତିଶତ ବ୍ୟକ୍ତିଙ୍କର ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ହୋଇପାରିଛି।
ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଶ୍ରୀ ପ୍ରାଣକୃଷ୍ଣ ମଣ୍ଡଳ, ବିଜେପି ପକ୍ଷରୁ ଶ୍ରୀ ରତନ ବାଣୀକ୍, ବିଜେଡି ପକ୍ଷରୁ ଶ୍ରୀ ଧନୁର୍ଜୟ ମାଡ଼କାମୀ, ସିପିଆଇ (ଏମ୍) ପକ୍ଷରୁ ଶ୍ରୀ ବ୍ରଜ ମାଝୀ, ବିଏସପି ପକ୍ଷରୁ ଶ୍ରୀ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ ଶ୍ରୀ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.