
ଚିକିଟି : ଚିକିଟୀ ରେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ଅଧୀନ ରେ ରହିଥିବା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶିକା ଗଣ ନିଜ ନାର୍ଯ୍ୟ ଦାବି ପୂରଣ ସକାଶେ ଶାନ୍ତିପୂର୍ଣ୍ଣ ଭାବେ କର୍ତ୍ତବ୍ୟ କୁ ସମ୍ମାନ ଦେଇ କଳା ବ୍ୟାଜ ପରିଧାନ କରି ସରକାରଙ୍କ ନିକଟରେ ସେମାନଙ୍କ ନାର୍ଯ୍ୟ ଦାବି ରଖିଛନ୍ତି। ପାଞ୍ଚ ଦଫା ଏହି ଦାବି ପୂରଣ ସକାଶେ ଆସନ୍ତା ୧୪ ତାରିଖ ରୁ ଅସହଯୋଗ ଏବଂ ୨୧ ତାରିଖ ରୁ କାର୍ଯ୍ୟ ବନ୍ଦ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ଜରିଆରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଦାବି ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। କେଡର ର ପୁନର୍ଗଠନ,୨୦୨୦ ନଭେମ୍ବର ମସିହା ତିନି ତାରିଖ ରେ ବିଜ୍ଞପ୍ତି ପାଇଥିବା ଚିଠି ର ପ୍ରତ୍ୟାହର,୨୦୦୪ ରୁ ୨୦୧୩ ମସିହା ମଧ୍ୟ ରେ ସ୍ବାସ୍ଥ୍ୟ କର୍ମୀ ଙ୍କ ଠିକା ସମୟ ମୂଳ ଚାକିରି ରେ ଗଣନା ଓ ୫ ଟି ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ, ପୋଷାକ ଭତ୍ତା ଭଳି ୫ ଦଫା ଦାବି ସେମାନଙ୍କ ଦୀର୍ଘ ଦିନ ରୁ ରହିଆସିଛି। ସରକାର ଏଥିରେ ପାତର ଅନ୍ତର ନୀତି ଅବଲମ୍ବନ କରିଥିବା ସ୍ବାସ୍ଥ୍ୟ କର୍ମୀ ମାନେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସଭାପତି ବି. ଭାଗ୍ୟଲକ୍ଷ୍ମୀ ପାତ୍ର, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ମହାରଣା, ସନ୍ତୋସୀ ପ୍ରଧାନ, କୁନ୍ତଳା ପାଢ଼ୀ, ସବିତା ପାଢ଼ୀ, ସ୍ବାସ୍ଥ୍ୟ ପରିଦର୍ଶିକା ରେବତୀ ବିଷୋୟୀ, ସୁପରଭାଇଜର୍ ଏଲ. କୁମାର, ଗୋପୋବନ୍ଧୁ ବେହେରା, ଗୋପାଳକୃଷ୍ଣ ବେହେରା, ମୋନଜ ସେଠୀ ପ୍ରମୁଖ ସାମିଲ ଥିଲେ। ୨୦ ତାରିଖ ସୁଦ୍ଧା କୋୖଣସି ସୁଫଳ ନ ମିଳିଲେ ୨୧ ତାରିଖ ରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ କରାଯିବ ବୋଲି ମଧ୍ୟ ସ୍ବାସ୍ଥ୍ୟ କର୍ମୀ ମାନେ ଚେତାବନୀ ଦେଇଛନ୍ତି।