
ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ବ୍ଲକ୍ ଉତ୍କଳମଣି ଯୁବକ ସଂଘ, ଦୁତିମେଣ୍ଡି ତରଫରୁ ୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ କ୍ରିଡ଼ା ପ୍ରତିଯୋଗିତା ୧୬ଗୋଟି ଟିମକୁ ନେଇ ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟଟି ତା-୫/୧୨/୨୦୨୨ ରିଖ ଠାରୁ ତା-୭/୧୨/୨୦୨୨ ତିନି ଦିନ ଧରି ଚାଲିଥିଲା । ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇ ଥିଲେ । ଏହି ପ୍ରତିଯୋଗିତା ଟିକୁ କାମାକ୍ଷା ପ୍ରଧାନ ମୁଖ୍ୟ ପରିଚାଳକ ଏବଂ ସାଥି ସହୋଜୋଗି କୁ ନେଇ ଖେଳ ପରିଚାଳନା କରିଥିଲେ ମ୍ୟାଚ ସିଦିଗ୍ଂ ବନାମ ମର୍ଣ୍ଣିଂ କ୍ଲବ ଫୁଲବାଣୀ ଖେଳାଯାଇଥିଲା ଏଥିରେ ସିଦିଗ୍ଂ ବିଜୟୀ ହୋଇ ଥିଲା ଏବଂ ଫାଇନାଲ ମ୍ୟାଚ ଗେରୁପଡା ସହିତ ବୁଢାଦାନି ଖେଳାଯାଇଥିଲା ଖେଳଟି ବହୁତ ରୋମାଞ୍ଚକର ହୋଇଥିଲା ଶେଷରେ ବୁଢାଦାନି ୧-୦ ଗୋଲରେ ବିଜୟୀ ହୋଇ ଥିଲା। ବିଜେତା ଦଳକୁ ଟ୍ରଫିସହ ୬୬୬୬.୦୦ ଟଙ୍କା ଦିଆଯାଇଥିବା ବେଳେ ଉପବିଜେତା ଦଳକୁ ୪୪୪୪.୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏବଂ ଡିଶିପ୍ଲିଁ ଟିମ୍ ହିସାବରେ ରାମାଡି ଦଳକୁ ଏକ ଫୁଟବଲ ପୁରସ୍କାର , ଗୋଲ କିପର ହିସାବରେ ବୁଢାଦାନି ଦଳ ହାଣ୍ଡ ଗ୍ଲଭ୍ସ, ସ୍କୋରୋର କୁ ଷ୍ଟୁଡ ବୁଟ ପୁରସ୍କାର ଭାବେ କମିଟି ତରଫରୁ ପ୍ରଦାନ କରାଯାଇଥିଲା । ଉଦ୍ ଘାଟନି ଦିବସରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ସମ୍ମାନିତ ଅତିଥି ଭାବେ କୁଇ ସମାଜ ଯୁବପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ। ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଦୁତୀମେଣ୍ଡି ସରପଞ୍ଚ ଦମୟନ୍ତୀ ମଲିକ । ତୃତୀୟ ଦିନ ବା ଫାଇନାଲ ଦିନରେ ମାରୁତି ସେନା କନ୍ଧମାଳ ଜିଲ୍ଲା ସଂଯୋଜକ ଇନ୍ଦ୍ରମଣି କହଁର, ଖଜୁରୀପଡ଼ା ବ୍ଲକ୍ ଯୁବ ସାମ୍ବାଦିକ ବିକାଶ କୁମାର ଦିଗାଲ, ସାମ୍ବାଦିକ କୁନା ଦିଗାଲ , ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ମଲ୍ଲିକ, ପୁର୍ବତନ ସରପଞ୍ଚ ଶ୍ରୀ ଲମ୍ବଦର ମାଝୀ ପଞ୍ଚାୟତ ସମିତି ସଭ୍ୟା ଉଷାବତୀ ଗଣ୍ଡା, ପଞ୍ଚାୟତ ପିଇଓ ମହେଶ ପଟ୍ଟନାୟକ, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ , ଲ୍ୟାମ୍ପସିଏସ୍ ଏମଡି ପ୍ରଦୀପ ସେଠୀ, ମେଦିନୀଶ୍ୱର ମଲ୍ଲିକ, ଯୁବକ ସଂଘ ସଭାପତି ଦେବରାଜ ମୁଖୀ, ସଂପାଦକ ସମୀର ପ୍ରସାଦ ଝାଙ୍କର,ତରଣିସେନ ମଲିକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମାନ ଆସ୍ତିକମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସୁଜିତ୍ କୁମାର କହଁର(ମଣ୍ଟୁ), ବିରୁପାକ୍ଷ ଦେହୁରୀ, ଅଭୟ ମଲ୍ଲିକ, ନିଳ ଲୋହିତ ମଲ୍ଲିକ, ତାପସ ଦଣ୍ଡିଆ ଆଶିଷ ମୁଖି, ଯୋତି ରଞ୍ଜନ ମଲ୍ଲିକ, ଦିବ୍ୟ ରଞ୍ଜନ ମଲ୍ଲିକ, ଗୋଲକ ବିହାରୀ ମଲ୍ଲିକ, ଯଶବନ୍ତ ନାରାୟଣ ସାହୁ, ସଲିଳ ସାଗର ଝାଙ୍କର, ନିର୍ମଳ ବିଷୋୟୀ, ଗଗନ ମଲ୍ଲିକ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତରହି ସହଯୋଗ କରିଥିଲେ।