ବିଜେଡି ପାଳିଲା ବିଜୟ ଉତ୍ସବ

add-all

ହିଞ୍ଜିଳିକାଟୁ ୮।୧୨ : ପଦ୍ମପୁର ଠାରେ ବିଜେଡି ର ବିଜୟ ଘୋଷଣା ପରେ ହିଞ୍ଜିଳିକାଟୁ ରେ ବିଜେଡ଼ି ଦଳ ପାଳନ କରିଛି ଏହାର ବିଜୟ ଉତ୍ସବ। ଗୁରୁବାର ସଂଧ୍ୟାରେ ହିଂଜିଳିକାଟୁ ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନଗର ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ,ପୂର୍ବତନ ଉପନଗରପାଳ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ କୃଷି ବିପଣନ ଵୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ଶ୍ୟାମଘନ ଵେହେରା, କାଉନସିଲର ବସନ୍ତ ଵେହେରା,ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ,କୋରାମଣି ରାଉଳ, ମାନସ ଵେହେରା, ହୃଦ଼ୟାନନ୍ଦ ମହାପାତ୍ର, ନିଶିକାନ୍ତ ମହାପାତ୍ର,ବାବୁଲି ମହାପାତ୍ର, ସନାତନ ନାହାକ, ସଞ୍ଜୟ କୁମାର ସ୍ବାଇଁ, ରୋହିତ ବିଷୋଈ, କାହ୍ନୁଚରଣ ଚୌଧୁରୀ, ଆସିକା ସଂସଦ ପ୍ରତିନିଧି ନିଳମଣୀ ପଟ୍ଟନାୟକ, ହିଞ୍ଜିଳିକାଟୁ ପୌରପରିଷଦ ନଗର ଯୁଵ ବିଜେଡି ସଭାପତି ସଂଜୟ କୁମାର ପଣ୍ଡା ଙ୍କ ସମେତ ସମସ୍ତ ବିଜେଡି କାଉନସିଲର, ବହୁ ଯୁବନେତା , ମହିଳାନେତ୍ରୀ ଓ ଅନ୍ୟମାନେ ସାମିଲ୍‌‌ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଆତସବାଜି ଫୁଟାଇବା ସହିତ ରାସ୍ତାରେ ଯାଉଥିବା ଲୋକଙ୍କୁ ମିଠା ବାଣ୍ଟି ଏହି ବିଜୟ ଉତ୍ସବ ପାଳନ କରିଥିଲେ।

ad-week
Leave A Reply

Your email address will not be published.