
ବୁଗୁଡା : ବୁଗୁଡା ବ୍ଳକ ଗଣଶିକ୍ଷକ ଓ ଏକ୍ସ କ୍ଯାଡର ଶିକ୍ଷକ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସଂଘ ସଭାପତି ପିତବାସ ସାହୁ ଓ ସଂପାଦକ ପାର୍ଥ ସାରଥି ପ୍ରଧାନଙ୍କ ନେତୃତ୍ବରେ ସମସ୍ତ ଗଣଶିକ୍ଷକ ଓ ଏକ୍ସ କ୍ଯାଡର ଶିକ୍ଷକ ଏକାଠି ହୋଇ ଏକ୍ସ କ୍ଯାଡର ବ୍ଯବସ୍ଥା ଉଛେଦ କରିବା, ବାଦ ପଡିଥିବା ଗଣଶିକ୍ଷକମାନଙ୍କୁ ନିୟମିତ କରିବା,୨୦୨୦ ଠାରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ କରିବା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, କେନ୍ଦ୍ରିୟ ହାରରେ ଦରମା ପ୍ରଦାନ ଆଦି ୫ଟି ଦାବି ନେଇ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଇଓ ସିମାଞ୍ଚଳ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।