ନିମ୍ନମାନର କେନାଲ କାମରେ ନିୟୋଜିତ ଶିଶୁ ଶ୍ରମିକ !

add-all

ମାଲକାନଗିରି କାଲିମେଳା : କାଲିମେଳା,ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣଧିନ କଂକ୍ରିଟ କାମ ନିମ୍ନମାନର କରାଯିବା ବେଳେ ଶିଶୁ ଶ୍ରମିକ ନିୟୋଜିତ ଅଭିଯୋଗ ହୋଇଛି । ଏହି ଶାଖା କେନାଲ ମଧ୍ୟରେ ୨୪୫ ମିଟର ଲମ୍ବର କଂକ୍ରିଟ ନାଳ ନିର୍ମାଣ କରାଯାଉଛି । ଯେଉଁ ଥିରେ ମାଟି ମିଶ୍ରିତ (ଲୋକାଲ ବାଲି) ବ୍ୟବହାର କରାଯାଉଛି । ସରକାରୀ ହିସାବରେ ବାଲି,ମେଟାଲ ଓ ସିମେଣ୍ଟ ର ପରିମାଣ ୬-୪-୧ ରହିଥିବା ବେଳେ ଠିକାଦାର ଜଣଙ୍କ ୧୨ ଗାମଲା ବାଲିରେ ୪ଗାମଲା ଚିପ୍ସ ଏବଂ ନିମ୍ନ ମାନର ଲୋକ୍ୱଲିଟିର ସିମେଣ୍ଟରେ ମିଶ୍ରିତ କରାଯଉଛନ୍ତି । ତେବେ କାର୍ଯ୍ୟ ସ୍ଥଳରେ ନାମ ଫଳକ ନଥିବା ବେଳେ ଏହାକୁ ରାହୁଲ ଦେବ ନାମକ ଠିକାଦାର କରାଉଥିବାର ଜଣା ପଡ଼ିଛି । ଏହି ନିମ୍ନମାନର କାମକୁ ବିଭାଗିୟ କତ୍ତୃପକ୍ଷ ତଦନ୍ତ କରିବା ସହ ଏହି କାମରେ ଶିଶୁ ଶ୍ରମିକ ନିୟୋଜିତ କୁ ଗ୍ରାମବାସୀ ଦୃଢ ନିନ୍ଦା କରିବା ଦେଖିବାକୁ ମିଳୁଛି ।ଏନେଇ ସଂପୃକ୍ତ ଯନ୍ତ୍ରୀ ମଳୟ କୁମାର ମିସ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଏହାର ଅଟକଳ ମୂଲ୍ୟ ଜାଣିନଥିବା ବେଳେ କାମ ଠିକ ଠାକ୍ ଚାଲିଥିବା ଏବଂ ମାର୍କେଟରେ ଯେଉ ସିମେଣ୍ଟ ମିଳୁଛି ସେହି ସିମେଣ୍ଟ ଦ୍ୱରା କାମ କରା ହେବ ବୋଲି ସେ କହିଛନ୍ତି । ଯନ୍ତ୍ରୀ ଜଣକ ସବୁ ସମୟରେ କାର୍ଯ୍ୟ ତଦାରଖ କରୁଥିବା ବେଳେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା କିଭଳି ଜାଣିପାରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ । ଜେଇ ମହାଶୟ ଙ୍କ ଏହି ଭଳି ମନ୍ତ୍ୟବ ଏବଂ ଶିଶୁ ଶ୍ରମିକ ନିୟୋଜିତ କରିବା କେତେ ଦୂର ଯୁକ୍ତି ଯୁକ୍ତ ତାହା ତଦନ୍ତ ପରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି ।

ad-week
Leave A Reply

Your email address will not be published.